ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ଟିକାକରଣକୁ ଶୁଭାରମ୍ଭ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା 

ରାୟଗଡ/ସରୋଜ ସାହୁ:-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସ ବର୍ମା ଆଜି ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥଲେ । ପୂର୍ବାହ୍ନରେ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପହଂଚିବା ପରେ ରାଜ୍ୟ ଆଦିବାସୀ, ହରିଜନ ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ସ୍ୱାଗତ ଜଣାଇଥିଲେ । ପରେ ଶ୍ରୀ ଦାସବର୍ମା ରାୟଗଡ ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ଡ଼ଙ୍ଗରିଆ ଆଦିବାସୀ ଅଧ୍ୟୁଷିତ ଚାଟିକଣ ମାଇକ୍ରୋ ପ୍ରଜେକ୍ଟ ଅଞ୍ଚଳ ଗସ୍ତ କରିଥିଲେ । ଗସ୍ତ ସମୟରେ ଖଜୁରୀ ଠାରେ ନିର୍ମିତ ହେଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଓ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖଂବେସି ଠାରେ ଡ଼ଙ୍ଗରିଆ ଯୁବକ ଯୁବତୀ ମାନଙ୍କନିମନ୍ତେ 18 ରୁ 44 ବୟସର ସମସ୍ତେ କୋଭିଡ ଟୀକା କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଥିଲେ ଏବଂ ସମସ୍ତଙ୍କୁ ଟୀକା  ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଡ଼ଙ୍ଗରିଆ ମାନଙ୍କ ଜୀବନ ଜୀବିକା ଉନ୍ନତି ନିମନ୍ତେ ସରକାର ନେଉଥିବା ସମସ୍ତ ପଦକ୍ଷେପ ଡ଼ଙ୍ଗରିଆ ମାନଙ୍କୁ ଅବଗତ କରାଇଥିଲେ । ପରେ ଚାଟିକଣ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ବର୍ତ୍ତମାନ କୋଭିଡ ପରିସ୍ଥିତି ସମୟରେ ଡ଼ଙ୍ଗରିଆ ମାନଙ୍କ କୋଭିଡ ପରୀକ୍ଷା, ସେମାନଙ୍କୁ ଶତପ୍ରତିଶତ। ଟୀକାକରଣ , NREGEA ମାଧ୍ୟମରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ, ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ଉପରେ ସମ୍ପୃକ୍ତ ବିଭାଗୀୟ ଅଧକାରୀ ପ୍ରାଥମିକତା ଦେବା ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ ।  ଅପରାହ୍ନରେ ଗୁଣପୁର ବ୍ଲକ ଅଧିନସ୍ଥ ପୁଟାସିଂ ଅଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପୁଟାସିଂ ମଇକ୍ରୋ ପ୍ରଜେକ୍ଟ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀ ଲାଞ୍ଜିଆ  ସ ଉ ରା ମାନଙ୍କ ମଧ୍ୟରେ କୋଭିଡ ଟୀକାକରଣ କିପରି ଶତ ପ୍ରତିଶତ ହୋଇ ପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପାହାଡ଼ ପର୍ବତ ଘେରା ତାରବେଳ ଅଞ୍ଚଳ ଗସ୍ତ କରି ସେଠାକାର ଆଦିବାସୀ ମାନେ କିପରି କୋଭିଡ ପ୍ରତି ସତର୍କତା ଅବଲମ୍ବନ କରିବେ ଓ 18 ରୁ 44 ବୟସ୍କ ସମସ୍ତେ କିପରି କୋଭିଡ ଟୀକା ଗ୍ରହଣ କରିବେ ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ସଚେତନ କରିଥିଲେ । ପାହାଡିଆ ଅଞ୍ଚଳରେ କିପରି ଫଳ, ପନିପରିବା, କାଜୁ, ସପୁରୀ ଚାଷ ହୋଇ ପରିବ ଓ ସେଠାକାର ଆଦିବାସୀ ମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଦାସବର୍ମାଙ୍କ ଏହି ଗସ୍ତ ସମୟରେ ଆଦିବାସୀ ହରିଜନ ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ, ରାଜ୍ୟ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଉପଦେଷ୍ଟା, ରାୟଗଡ ବିଧାୟକ, ଗୁଣପୁର ବିଧାୟକ, ରାୟଗଡ ଜିଲ୍ଲାପାଳ, ରାୟଗଡ ଆରକ୍ଷୀ ଅଧିକ୍ଷକ, ରାୟଗଡ ପ୍ରକଳ୍ପ ପ୍ରଶାସକ, ଗୁଣପୁର ପ୍ରକଳ୍ପ ପ୍ରଶାସକ, ଗୁଣପୁର ଉପ ଜିଲ୍ଲାପାଳ, ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଷମ କଟକ ତହସିଲଦାର, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ତହସିଲଦାର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault