ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଓଡିଶା ବ୍ରାହ୍ମଣ ସମାଜ,ବୁଗୁଡା ବ୍ଲକ ଶାଖା ପକ୍ଷରୁ ଜୁନ ୨୨ ତାରିଖ ଦିନ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଭା ସଭାପତି ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ମେଡିକାଲ ଷ୍ଟାପ କରନାର ଦ୍ଵିତୀୟ ଲହର ସମୟରେ ନିଜ ଗୃହରେ ଏକାକି ବାସରେ ରହିଥିବା କରୋନା ପଜିଟିଭ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଥିବା ସହ ମେଡିକାଲରେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପ୍ରରିପେକ୍ଷିରେ ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ମାଧବ ବିଶ୍ବାଳ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନସିଆନ କାଳୀ ପ୍ରସାଦ ସାହୁ, ମେଡ଼ିକାଲ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ସାହୁ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ ଓ ସହଯୋଗୀ କର୍ମଚାରୀଙ୍କୁ ବ୍ଲକ ବ୍ରାହ୍ମଣ ସମାଜ ସଭାପତି କାଳୀ ଚରଣ ମିଶ୍ର, ଉପସଭାପତି ଦୁର୍ଗାମାଧବ ପାଣିଗ୍ରାହୀ, ଉପଦେଷ୍ଟା ରାଜା କିଶୋର ଦାଶ, ସାମ୍ବାଦିକ ତ୍ରିଲୋଚନ ପଣ୍ଡା ପ୍ରମୁଖ କର୍ପୁରମାଳ, ଉପଢୌକନ, ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ପ୍ରେସ କ୍ଲବ ସଭାପତି ଅନିଲ କୁମାର ମହାରଣା ଅତିଥିଭାବେ ଯୋଗ ଦେଇ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବୁଗୁଡା ବ୍ଳକ ବ୍ରାହ୍ମଣ ସମାଜର ସଦସ୍ୟ ବୃନ୍ଦ କୋଭିଡ ନିୟମ ପାଳନ କରି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ।
ରାଜ୍ୟ
ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।
- Hits: 510
