ହେଡଲାଇନସ୍:

ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି I ଫଳରେ ବାଲିଗୁଡ଼ା-ଲଣ୍ଡାଗାଁ-ସୋନପୁର ମଧ୍ୟରେ ଯାତାୟାତ ସେବା ଠପ୍ ହୋଇ ଥିଲା I ପ୍ରାପ୍ତ ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ବ୍ଲକ ବାରଖମ ଠାରେ ଜନବସତି ସ୍ଥାନରେ ନୂତନ ଭାବେ ହୋଇଥିବା ସରକାରୀ ବିଦେଶୀ ମଦ ଦୋକାନ ଖୋଲିବା ପରେ ସେହି ଅଞ୍ଚଳରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି I ସେହି ରାସ୍ତା ଦେଇ ଯାଉଥିବା ଝିଅ ବୋହୁଙ୍କୁ ମଦ୍ୟପମାନେ ଦୁର୍ବ୍ୟବହାର କରୁଥିବା ଅନେକ ସମୟରେ ଅଭିଯୋଗ ହୋଇଛି I ଏନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣଶି ସୁଫଳ ନମିଳିବାରୁ ଆଜି ରାସ୍ତାରୋକ କରିଥିବା  ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I  ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଥିଲେ I ଆନ୍ଦୋଳନକୁ ନେଇ ବାରଖାମା ବାସିନ୍ଦା ଲିଖିତ ଆକାରେ ଡିଏସପି ଏବଂ ବାଲିଗୁଡା ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି I ଯଦି ଆଗାମୀ ୧୫ ଦିନରେ ପ୍ରଶାସନ ଏହାର କୋଣସି ପ୍ରତିକାର ନ କରନ୍ତି ତାହା ହେଲେ ରାଜରାସ୍ତାକୁ  ଓଲାଇବାକୁ ଚେତାବନୀ ଦେଇ ଛନ୍ତି ଅଞ୍ଚଳବାସୀ I

0
0
0
s2sdefault