ହେଡଲାଇନସ୍:

୧୮ + କୋଭିଡ ଟୀକାକରଣ ଉପରେ ବ୍ଲକସ୍ତରୀୟ ଷ୍ଟିୟରୀଂ କମିଟି ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ :  ପାଇକମାଳ ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ୧୮+  କୋଭିଡ ଟୀକାକରଣ ନେଇ ଏକ ଷ୍ଟିୟରୀଂ କମିଟି ବୈଠକ ମଙ୍ଗଳବାର ବିଡିଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା, ଜିପିଓ ଅନିଲ ପାଣିଗ୍ରାହୀ, ସିଡିପିଓ ଅଞ୍ଜଳି ବରିହା ପ୍ରମୁଖ ଉପସ୍ଥିତ ଥିଲେ । ପାଇକମାଳ ବ୍ଲକ୍ ର ୪ଟି ସ୍ଥାନରେ  ପାଇକମାଳ ସ୍ୱାସ୍ଥ୍ୟ କେନ୍ଦ୍ର, ଜାମସେଠ ସ୍ୱାସ୍ଥ୍ୟକେନ୍ଦ୍ର, ଲଖମରା ସ୍ୱାସ୍ଥ୍ୟକେନ୍ଦ୍ର, ବୁକୁରାମୁଣ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟୀକା କରଣ କରାଯିବା ପାଇଁ ସ୍ଥିର କରାଗଲା । ସବୁ ଗ୍ରାମ ପଞ୍ଚାୟତରେ ମାଇକ ଯୋଗେ ପ୍ରଚାର କରିବାକୁ ପ୍ରସ୍ତାପ ଗୃହିତ ହୋଇଛି । ଅସା ଅଙ୍ଗନବାଡି କର୍ମୀ ଘର ଘର ବୁଲି ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ କୁହାଯାଇଛି । ୨୧ ତରିଖ ରେ ପାଇକମାଳ ଓ ଲଖମରା  ରେ ୧୮+ ଟିକା କରଣ ଆରମ୍ଭ ହୋଇଥିବା ବେଳେ ୨୩ ତାରିଖ ଠାରୁ ୪ଟି ସ୍ଥାନରେ ଟିକାକରଣ କରାଯିବ  ବୋଲି ଡା.ଦାଶ ସୂଚନା ଦେଇଛନ୍ତି ।

0
0
0
s2sdefault