ହେଡଲାଇନସ୍:

ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀଙ୍କୁ  ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କରାଯାଇଛିା 

ଫାଉଣ୍ଡେସନ୍ ଓ ବ୍ୟାଙ୍କ ତରଫରୁ ଓଡ଼ିଶା ଜୋନ୍ ମୁଖ୍ୟ ଶ୍ରୀ ପ୍ରଦୋଷ ରଞ୍ଜନ ରାଉତ, ଆଞ୍ଚଳିକ ମୁଖ୍ୟ, ସରକାରୀ ବ୍ୟାଙ୍କିଂ, ଓଡ଼ିଶା ଶ୍ରୀ ଅରୂପ କୁମାର ମହାପାତ୍ର ଓ ଶ୍ରୀ ଅରୁଣ କୁମାର ମିଶ୍ର ଏହି ଉପକରଣକୁ ପ୍ରଦାନ କରିଥିଲୋ କୋଭିଡ୍ ଚିକିତ୍ସା ନିମନ୍ତେ ପଶ୍ଚିମ ଓଡ଼ିଶାର ବହୁଳ ଭାବେ ପ୍ରଭାବିତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏହି କନସେନଟ୍ରେଟର ଗୁଡ଼ିକ ପଠାଇ ଦିଆଯିବା ପ୍ରତି ଅକ୍ସିଜେନ୍ କନସେନଟ୍ରେଟର ୧୦ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡ଼ିକୁ ହସ୍ପିଟାଲଗୁଡିକରେ  ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛିା ଆଗକୁ ବ୍ୟାଙ୍କ ତରଫରୁ ଏପରି ଅଧିକ ଉପକରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ କହିଥିଲୋ ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲୋ 

 

0
0
0
s2sdefault