ହେଡଲାଇନସ୍:

ଆଦିବାସୀ ସରକାରୀ କର୍ମଚାରୀମାନଙ୍କର ସାମୁହିକ କୁଶପୁତ୍ତଳିକା ଦାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଭଞ୍ଜପୁରସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୁର୍ତ୍ତୀ ସମ୍ମୁଖରେ ଆଦିବାସୀ ସେଙ୍ଗଲ (ସଶକ୍ତିକରଣ) ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ବାନରେ ବାରିପଦା ଜୋନାଲ ସଭାପତିଙ୍କ ନେତୃତ୍ୱରେ ଆଦିବାସୀ ସରକାରୀ କର୍ମଚାରୀମାନଙ୍କର ସାମୁହିକ କୁଶପୁତ୍ତଳିକା ଦାହ କରାଯାଇଛି । ଅବସରରେ ଜୋନାଲ ସଭାପତି ନାରାନ ମୁର୍ମୁ ଦୀର୍ଘ ଦିନରୁ ଆଦିବାସୀ ସେଙ୍ଗଲ ଅଭିଯାନ ଭାରତ ସରକାରଙ୍କୁ ସାରନା ଧର୍ମ କୋର୍ଡ ସରକାରୀ ମାନ୍ୟତା ପ୍ରଦାନ ସାଙ୍ଗକୁ ସାନ୍ତାଳୀ ଭାଷାକୁ ଝାରଖଣ୍ଡ ରାଜ୍ୟର ପ୍ରଥମ ରାଜଭାଷା ମାନ୍ୟତା ଦାବୀରେ ଆନ୍ଦୋଳନ ଜାରି ରଖିଛି । ଏହା ସତ୍ତ୍ୱେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଉକ୍ତ ଦାବି ଉପରେ କର୍ଣ୍ଣପାତ କରୁନାହାନ୍ତି । ଏହି ଦୁଃଖଦ ସମୟରେ ଆଦିବାସୀ ସରକାରୀ କର୍ମଚାରୀମାନେ ଆଦିବାସୀମାନଙ୍କ ଏକତା ଏବଂ ସଚେତନତା କରିବା ପାଇଁ କାର୍ୟ୍ୟକରିବା ବଦଳରେ ଗାଢ଼ ନିଦ୍ରାରେ ଶୋଇ ଅଛନ୍ତି । ଯଦି ଆଦିବାସୀମାନଙ୍କର ସମାଜର ହାଷା, ଭାଷା, ଜାତି, ସାରନା ଧର୍ମ କୋର୍ଡ, ଆରକ୍ଷଣ ଇତ୍ୟାଦି ସାମ୍ବିଧାନିକ ଅଧିକାରରେ ସ୍ଥାପିତ କରାନଯାଏ, ତେବେ ଆଦିବାସୀ ସମାଜ ଗୋଲାମୀ ସଦୃଶ୍ୟ ହୋଇ ରହିବ । ଏହାକୁ ଜାଣିଶୁଣି ମଧ୍ୟ ଆଦିବାଦୀ ସରକାରୀ କର୍ମଚାରୀମାନେ ସମାଜକୁ ଜାଗ୍ରତ କରିବାରେ ସହଯୋଗ କରୁନାହାନ୍ତି । ଅନ୍ୟପକ୍ଷରେ ଏମାନେ ଶିକ୍ଷିତ, ଜ୍ଞାନୀ ହୋଇ ମଧ୍ୟ ଆଦିବାସୀ ସମାଜରେ ଥିବା ନିଶା ସେବନ, ଅନ୍ଧବିଶ୍ବାସ, ଇର୍ଷା ବିଦ୍ଵେଷ, ରାଜନୈତିକ କୁପୋଷଣ, ଦାଣ୍ଡମ୍, ବାରଣ, ସମାଜ ବହିଷ୍କାର, ଆଦିବାସୀ ମହିଳା ବିରୋଧୀ ମାନସିକତା, କୁ-କର୍ମ ଓ କୁ-ସଂସ୍କାର ଗୁଡିକୁ ଦୂର କରିବା ଓ ସୁଧାରିବାରେ କୌଣସି କିଛି ଯୋଗଦାନ ଦିଅନ୍ତି ନାହିଁ । ଆଦିବାସୀ ସାର୍ଟିଫିକେଟରେ ଚାକିରୀ କରି ଆଦିବାସୀ ସମାଜକୁ ଅଣଦେଖା କରି କେବଳ ସ୍ଵାର୍ଥ ଏବଂ ପେଟ ପରିବାର ପାଇଁ ଜିବୀତ ଅଛନ୍ତି । ତା ସହିତ ଆଦିବାସୀ ମାନଙ୍କର ଇଜ୍ଜତ, ଆବାଦୀ, ରୋଜଗାର, ଚାଷବାସ, ଚାକିରୀ ଆଦି ବଞ୍ଚାଇବା ମାମଲାରେ ସହଯୋଗ ନିମନ୍ତେ ଆଗେଇ ଆସୁନଥିବାର  ପ୍ରତିବାବାରେ ଓଡିଶା, ଆସାମ, ବିହାର, ବେଙ୍ଗଲ ଓ ଝାରଖଣ୍ଡ ରାଜ୍ୟରେ ସାମୂହିକ ଭାବେ ଆଦିବାସୀ ସରକାରୀ କର୍ମଚାରୀମାନଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା ଚାକିରୀଜିବୀ ମାନେ ଯେ କୌଣସି ସଂଗଠନରେ ଥାଆନ୍ତୁ ନା କାହିଁକି ସେହି ସଙ୍ଗଠନରୁ ଏହି ପ୍ରମୁଖ ଦାବୀ ହାସଲ ପାଇଁ ସହାୟତା ପ୍ରଦାନ କଲେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସେମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଗତ କରାଯିବ ବୋଲି ଅଭିଯାନର  ବାରିପଦା ଜୋନାଲ ସଭାପତି ଶ୍ରୀମୁର୍ମୁ ପ୍ରକାଶ କରିଥିଲେ ।

ଉକ୍ତ କାର୍ୟ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ମାଧବ ଚନ୍ଦ୍ର ମୁର୍ମୁ, ହାମରାୟ ମାଣ୍ଡି, ଉଦୟ ହେମ୍ରମ୍, କାଳିଚରଣ ମୁର୍ମୁ, ବନମାଳୀ ହାଁସଦା, ଜୟରାମ ହାଁସଦା. ଚୈତନ୍ୟ ହେମ୍ରମ୍, ବାବୁଲୁ ମୁର୍ମୁ, ଜିତେନ୍ଦ୍ର ହେମ୍ରମ୍, ନିରଞ୍ଜନ ମାଣ୍ଡି, ମାଧବ ଚନ୍ଦ୍ର ସୋରେନ, ଶାଖର ବାସ୍କୋ, ଲାହୁରାମ ସୋରେନ, ବାହାଦୂର ସୋରେନ, କାଶରାୟ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault