ହେଡଲାଇନସ୍:

ଦୁଇ ଅସହାୟାଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜ ସେବୀ ଶ୍ରୀକର ମିଶ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର( ନିରୋଜ ମିଶ୍ର )- ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ର ରଣ୍ଡା ଗାଁରେ ରହନ୍ତି ସ୍ୱାମୀହରା ଉରକୁଲି ନନ୍ଦ  । ତିନୋଟି ପୁଅ ସହ ତାଙ୍କ ସଂସାର  । ବଡପୁଅ ଶମ୍ଭୁର ତିନୋଟି ଝିଅ କୁକୁଡା କୋକାନ କରି ଚଳୁଥିଲେ  । ଏକ ଅଜଣା ଗାଡିର ଧକ୍କାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା  । ସାନପୁଅ ରୋହିତ ନିଜ ଘର ଉପର ଛାତ ରେ ଯାଇଥିବା ୩୨ କେଭି ତାର ଲାଗି ଦେହର ୪୦ ପ୍ରରିଶତ ପୋଡି ଯାଇଛନ୍ତି  । ବଲାଙ୍ଗିର ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ୍ ହ୍ୱୁମାନ ଖବର ପାଇ ବର୍ତ୍ତମାନ ଉଭୟ ଙ୍କ ଚିକିତ୍ସାରେ ଲାଗି ପଡିଛନ୍ତି  । ବିଙ୍ଗ୍ ହ୍ୱୁମାନ ର ଉପଦେଷ୍ଟା ସମାଜସେବୀ ଡ. ଶ୍ରୀକର ମିଶ୍ର ଏବଂ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବ୍ରଜଗୋପାଳ ସିଂହ, ସଭ୍ୟ ପ୍ରିତମ ବରାଡ ଓ ରୋଶନ ସୁନା ରଣ୍ଡା ଗ୍ରାମକୁ ଯାଇ ଅସହାୟା ଉରକୁଲି ନନ୍ଦ ଙ୍କୁ  ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି  । ଉଭୟ ଙ୍କ ଚିକିତ୍ସା  ପାଇଁ ୧୦୮ କୁ ଫୋନ କରି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ସହ ଯୋଗାଯୋଗ କରିଛନ୍ତି  । 

ପୁନଶ୍ଚ ବଲାଙ୍ଗିର ସଦର ବ୍ଲକ ବୁଡି ଅଂଚଲ ଖୁନ୍ଟପାଲି ଗ୍ରାମରେ ରହନ୍ତି ମଞୁଲତା ସାଏ  । ତେର ବର୍ଷ ଆଗରୁ ସେ ସ୍ୱାମୀ ହରା  । ଶାଶୁ ଫୁଲ ଓ ଶ୍ୱଶୁର ସତ୍ୟାନନ୍ଦ ସହ ତାଙ୍କର ଗୋଟିଏ ଝିଅ ଚିନୁ(୧୫) ଓ ଗୋଟିଏ ପୁଅ ଚନ୍ଦନ(୧୩)  । ଝିଅ ଦଶମ ପଢୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି  । ଚାଷ ଜମି ନ ଥିବାରୁ ଶ୍ୱଶୁର ଅଘରିଆ ଜାତିର ହେଲେ ମଧ୍ୟ ରାଜ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲେ  । ଭାଗ୍ୟର ବିଡମ୍ବନା  । ରୋଜଗାର କରୁଥିବା ସତ୍ୟାନନ୍ଦ କରୋନା ମହାମାରୀରେ ଆଖି ବୁଜିଲେ  । ମଞୁଲତା ର ସଂସାର ରେ ଅକାଳ ଚଡକ ପଡିଲା  । କିନ୍ତୁ ଜୀବନ ଯୁଦ୍ଧରେ ହାରି ନ ଯାଇ ସିଲାଇ କାମ କୁ ଆଦରି ନେବା ପାଇଁ ମନସ୍ତ କଲେ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଯୋଗାଯୋଗ କ୍ରମେ ଆର୍ଷବିଦ୍ୟା ସେବା ସମିଧି ତରଫରୁ ବ୍ରଜଭୁଷଣ ଦାଶ ଏକ ନୂଆ ସିଲାଇ ମେସିନ ଯୋଗାଇ ଦେଲେ  । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ  ସମାଜ ସେବୀ ଡ.ଶ୍ରୀକର ମିଶ୍ର ସାମ୍ବାଦିକ ଅରୁଣ ମିଶ୍ର, ବିରେନ୍ଦ୍ର ଝାଙ୍କର ଓ ପ୍ରଶାନ୍ତ ମହାକୁର ଙ୍କ ସହିତ ମଞୁଲତା ଙ୍କ ଘରକୁ ଯାଇ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି  । ପୁଣି ମଞୁଲତା ର ପୁଅ ଓ ଝିଅର ପଢାଖର୍ଚ୍ଚ ସହ ଝିଅ ବାହାଘରର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି  । ପ୍ରତିଶୃତି ପାଇ ମଞୁଲତା ନିଜର ପରିବାରକୁ ବର୍ତ୍ତମାନ ଠିକ୍ ରେ ଚଳେଇ ପାରିବେ ବୋଲି ଆଶା ରଖିଛନ୍ତି  । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଙ୍କ ସମେତ ପଣ୍ଡିତ ଅଭିମନ୍ୟୁ ମିଶ୍ର ସହଯୋଗ କରିଥିଲେ  ।

  ଏହି ଦୁଇ ଅସହାୟ ପରିବାର କୁ ସହଯୋଗର ହାତ ବଢାଇଥିବାରୁ ସମାଜ ସେବୀ ଶ୍ରୀ ମିଶ୍ର ଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି  । ଗଣମାଧ୍ୟମରୁ ଜାଣି ସହଯୋଗର ହାତ ବଢାଇ ପାରିଥିବାରୁ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି  ।

0
0
0
s2sdefault