ହେଡଲାଇନସ୍:

 ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଶରୀରକୁ ସୁସ୍ଥ , ମନକୁ ଶାନ୍ତ ଓ  ଶ୍ବାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ସୋମବାର ଦିନ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସମେତ ସାରା ଗଜପତି ଜିଲ୍ଲାରେ ମଧ୍ୟ  ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । 

ସ୍ଥାନୀୟ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ମହିଳା ପତଞ୍ଜଳି ଏବଂ ରାଷ୍ଟ୍ର ସେବିକା ସମିତି ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଗତ ସାତ ଦିନ ଧରି  ଅନଲାଇନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଆଜି ତାର ସମାପନ ଉତ୍ସବ ପାଳନ କରିବା ସହ ଯୋଗ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଯୋଗ ଶିକ୍ଷକ ଶ୍ରୀ. ମୂରଲୀ ମୋହନ ପ୍ରଧାନଙ୍କ ତତ୍ୱବୋଧନ ରେ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ  ଏବଂ ସେମାନଙ୍କ ପରିବାର ସହ ଶୁଭେଚ୍ଛୁ , ପୂର୍ବତନ ଛାତ୍ର ଛାତ୍ରୀ google meet ଜରିଆରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ମହିଳା ପତଞ୍ଜଳିର ଜିଲ୍ଲା ପ୍ରଭାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା। 

ସେହିପରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି  ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରଚନ୍ଦ୍ର ଗଜପତି ରଙ୍ଗମଞ୍ଚରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ କୋଭିଡ୍ କଟକଣା ମଧ୍ୟରେ ସୀମିତ ବ୍ୟକ୍ତି ବିଶେଷ ତଥା ସଦସ୍ୟ , ସଦସ୍ୟା ମାନଙ୍କୁ ନେଇ ଏହି ଯୋଗଭ୍ୟାସ ତଥା ଯୋଗ-ଶିବିର ଅନୁଷ୍ଠିତ ହୋଇଥିଲା । 

ବିଭିନ୍ନ ସ୍ଥାନରେ ଯୋଗଗୁରୁ ଶ୍ରୀ ବିଘ୍ନେଶ୍ବର ଦାସ ଓ ଯୋଗ ଶିକ୍ଷକ ମୁରଲୀ ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାରର ଯୋଗଭ୍ୟାସ କରାଇଥିଲେ । 

ଏ ସମ୍ପର୍କରେ ଅଧିକ ସୂଚନା ଦେଇ  ଯୋଗଗୁରୁ ବିଘ୍ନେଶ୍ବର ଦାସ , ଆଶାଲତା ପାଣିଗ୍ରାହୀ , ପି: ହୋତା ଏବଂ କେ: ଆପ୍ପାରାଓ ପ୍ରମୁଖ କହିଛନ୍ତି ଯେ ,  ଆମର ଦୈନନ୍ଦିନ ଜୀବନରେ ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି ।

  ଯୋଗ ମନ ଏବଂ ଶରୀରକୁ ସଂଯୋଗ କରିଥାଏ । ବିଶେଷତଃ ଦେଖା ଦେଉଥିବା କରୋନା ମାହାମାରି ସମୟରେ ନିୟମିତ ଭାବେ ଯୋଗ କରିଲେ , ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ ,  ଅମ୍ଳଜାନ ସ୍ତର  ବୃଦ୍ଧି ହୋଇଥାଏ ଏବଂ କରୋନା ମୁକ୍ତ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ।

 ବର୍ତ୍ତମାନ ପରିସ୍ଥିତିରେ କରୋନାକୁ ହଟାଇବା ପାଇଁ ଯୋଗ ହିଁ ଏକମାତ୍ର ପନ୍ଥା । ଯାହାଦ୍ୱାରା  ମାଗଣାରେ ଓ ବିନା ଔଷଧରେ ଆମେ ସୁସ୍ଥ ରହି ପାରିବା । ଶରୀରରେ ଦେଖା ଦେଉଥିବା ବିଭିନ୍ନ ପ୍ରକାରର ଅସାଧ୍ୟ  ରୋଗରୁ ମଧ୍ୟ ମୁକ୍ତି ପାଇପାରିବା । 

ତେଣୁ ଦୈନନ୍ଦିନ ଜୀବନରେ ଯୋଗ-ପ୍ରାଣାୟମ ଅଭ୍ୟାସର ଆବଶ୍ୟକତା ଯଥେଷ୍ଟ ରହିଥିବା ଏବଂ ସମସ୍ତେ ଯୋଗଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ ।

 

0
0
0
s2sdefault