ହେଡଲାଇନସ୍:

ଲୋକଙ୍କର ବିରୋଧ ଓ ଅସହଯୋଗ କାରଣରୁ ବାରମ୍ବାର ବାଧିତ ହେଉଛି ପୋଲ କାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ରାଜ୍ୟ ସରକାର ଗ୍ରାମୀଣ ଅଞ୍ଚଳରେ ଗମନାଗମନ ର ସୁବ୍ୟବସ୍ଥା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା କୁ ସୁଦୃଢ଼ କରିବା ପାଇଁ ରାସ୍ତା ନିର୍ମାଣ ସହିତ ଅନେକ ପୋଲ ନିର୍ମାଣ କରୁଛନ୍ତି । ମୁଖ୍ୟତଃ ନିର୍ମାଣ ହେଉଥିବା ଅନେକ ସ୍ଥାନ ରେ କିଛି ସ୍ୱାର୍ଥପର ଲୋକ ଙ୍କର ବିରୋଧ କାରଣରୁ ସମୟ ସୀମା ପାର ହୋଇ ଯାଇଥିବା ସତ୍ତ୍ୱେ ନିର୍ମାଣ କାର୍ୟ୍ଯ ନ ସରିବା ଦ୍ୱାରା ସାଧାରଣ ଜନତା ଙ୍କର ସହିତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ନାନା ପ୍ରକାର ହଇରାଣ ହେଉଛନ୍ତି ।   

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଅନେକ ଗ୍ରାମ  ପଡୋଶୀ ଛତିଶଗଡ଼ କୁ ଲାଗି ରହିଛି । ଜଟେସିରା ଗ୍ରାମରେ ଥିବା କୁମ୍ଭେର ନାଲା ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଏକ ପୋଲ ନିର୍ମାଣ ହେଉଛି । ପୋଲ ନିର୍ମାଣ ଆରମ୍ଭ ହେବା ପରଠାରୁ ବାରମ୍ବାର ବିଭାଗ , ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ପ୍ରଥମେ ପୋଲ ନିର୍ମାଣ ପାଇଁ ଆବଶ୍ୟକତା ଥିବା ଜମି ପାଇଁ ଅନେକ ଅସୁବିଧା ହେଇଥିବା ବେଳ ବର୍ତମାନ ଉକ୍ତ କାମ ସାରିଗଲାଣି । ଗତ କାଳୀ କିଛି ଅସାମାଜିକ ଲୋକଙ୍କର ଦ୍ୱାରା ପୋଲ ସାଇଡ଼ରେ ପୋତା ଯାଇଥିବା ପିଲର ଓ ସାଇନବୋର୍ଡ କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ  ଜଟେଶିରାରୁ ଗୌଡ଼ମାଲକୁ ସଂଯୋଗ କରୁଥିବା ଏହି ରାସ୍ତା ଓ ପୋଲ କାର୍ୟ୍ଯ ହେବା ଦ୍ୱାର ବର୍ତ୍ତମାନ ଏହି ଅଞ୍ଚଳ ର ଲୋକ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି ।  ପୋଲର ସାଇଡରେ କରାଯାଇଥିବା ବୋଲ୍ଡର ପେକିଙ୍ଗ କିଛି ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳିଛି । ଏହି ବାବଦରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ଯେ ହେତୁ ବର୍ତମାନ ନୂତନ ମାଟି କାମ ହୋଇଛି ବର୍ଷା ହେବାଦ୍ୱାର ମାଟି ନିଶ୍ଚିତ ଭାବରେ ଦବିବ । ଏଥି ପାଇଁ କାମ କରୁଥିବା ଠିକାଦାର ଙ୍କୁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆ ଯାଇଛି  । ତେବେ ଅସାମାଜିକ ବ୍ୟକ୍ତି ମାନଙ୍କର ଦ୍ୱାରା ପିଲର ଓ ସାଇନବୋର୍ଡ ଭଙ୍ଗା ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହିତ ଦୋଷୀ ମାନଙ୍କର ବିରୋଧରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

0
0
0
s2sdefault