ହେଡଲାଇନସ୍:

ଜୁନ ୨୧ରେ ସୁନାରାମ ସୋରେନ ପ୍ରତିମୂର୍ତ୍ତି  ସମ୍ମୁଖରେ ଆଦିବାସୀ ସରକାରୀ କର୍ମଚାରୀଙ୍କ ସାମୁହିକ କୁଶପୁତ୍ତଳିକା ଦାହ କରିବ ଆଦିବାସୀ ସେଙ୍ଗଲ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-ଆସନ୍ତା ଜୁନ ୨୧ ସୋମବାର  ବାରିପଦା ସହରର ଭଞ୍ଜପୁରସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଦିବାସୀ ସେଙ୍ଗଲ (ସଶକ୍ତି କରଣ) ଅଭିଯାନ ତରଫରୁ ଆଦିବାସୀ ସରକାରୀ କର୍ମଚାରୀମାନଙ୍କୁ ସଚେତନତା ପାଇଁ ସେମାନଙ୍କର ସାମୁହିକ କୁଣ ପୁତ୍ତଳିକା ଦାହ କରାଯିବ ।  ଆଦିବାସୀ ସାର୍ଟିଫିକେଟରେ ଚାକିରୀ କରି ଆଦିବାସୀମାନଙ୍କର ସମାଜ ସହ ହାସା, ଭାଷା, ଜାତି, ସାରନା ଧର୍ମ କୋର୍ଡ ଇତ୍ୟାଦି ସାମ୍ବିଧାନିକ ଅଧିକାରକୁ ହାସଲ କରାଇବା କ୍ଷେତ୍ରରେ ସହଯୋଗ କରୁନାହାନ୍ତି । ଶିକ୍ଷିତ, ଜ୍ଞାନୀ ହୋଇ ମଧ୍ୟ ଆଦିବାସୀମାନଙ୍କର ସମାଜରେ ଥିବା ନିଶା ସେବନ ଅନ୍ଧବିଶ୍ବାସ, ଇର୍ଷା ବିଦ୍ୱେଷ, ରାଜନୈତିକ କୁ-ପୋଷଣ, ଆଦିବାସୀ ମହିଳା ବିରୋଧୀ ମାନସିକତା, କୁ-କର୍ମ ଓ କୁସଂସ୍କାର ଗୁଡିକୁ ଦୂର କରିବା ଓ ସୁଧାରିବା କ୍ଷେତ୍ରରେ ଆଦିବାସୀ ସରସକାରୀ ଚାକିରୀଆମାନେ କୌଣସି ପ୍ରକାରର ଯୋଗଦାନ ରହୁନାହିଁ । କେବଳ ନିଜର ସ୍ୱାର୍ଥ ଏବଂ ପେଟ ପରିବାର ପାଇଁ କାର୍ଯ୍ୟ କରୁଛନ୍ତି । ଅନ୍ୟ ପକ୍ଷରେ ଆଦିବାସୀମାନଙ୍କର ଇଜ୍ଜତ, ଆବାଦୀ, ରୋଜଗାର ଚାଷବାସ, ଚାକିରୀ ଆଦି ବଞ୍ଚାଇବା ମାମଲାରେ ଜଡିତ ନହେବାରୁ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ଓଡିଶା, ଆସାମ, ବିହାର, ବେଙ୍ଗଲ ଓ ଝାରଖଣ୍ଡ ଆଦି ୫ଟି ରାଜ୍ୟରେ ଜୁନ ୨୧ରେ ଆଦିବାସୀ ସରକାରୀ କର୍ମଚାରୀମାନଙ୍କର କୁଶ-ପୁତ୍ତଳିକା ଦାହ କରାଯିବ ବୋଲି ଆଦିବାସୀ ସେଙ୍ଗଲ ଅଭିଯାନର ବାରିପଦା ଜୋନାଲ କମିଟି ସଭାପତି ନାରାନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେବା ସହ ଉକ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

0
0
0
s2sdefault