ହେଡଲାଇନସ୍:

ଲାଠ ପରିବାର ତରଫରୁ ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼, ( ଗୌରବ ଦର୍ଜୀ): ଆଜି ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ଲାଠ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ସବୁ ପ୍ରକାର ସୁବିଧା ଥିବା ଆମ୍ବୁଲାନ୍ସ ଆଜି ଲୋକାର୍ପିତ ହୋଇଛି । ଏହାକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଓ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସବୁଜ ପତାକା ଦେଖାଇ ଲୋକର୍ପିତ କରିଥିଲେ । ଏହି ଅବସରରେ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆୟୋଜିତ ଉଦ୍ଘାଟନୀ ସଭାରେ ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ସମ୍ମାନୀତ ଅତିଥି, ଯୁବା ମଞ୍ଚ ସଭାପତି ଅମର ଜୈନ, ସମ୍ପାଦକ ଜଗଦୀଶ କମାନୀ ଓ କୋଷାଧ୍ୟକ୍ଷ ଆଶିଷ ଜୈନ ଏବଂ ସ୍ୱର୍ଗତ ବିକାଶ ଲାଠଙ୍କ ଆଇ ଗୀତା ଦେବୀ ଲାଠ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଟୁକୁନି ସାହୁ ବକ୍ତବ୍ୟ ରେ କହିଥିଲେ  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥା ସମ୍ଭବ ଚେଷ୍ଟା କରିଚାଲିଛନ୍ତି। ତାଙ୍କ ଉଦ୍ୟମ ଯୋଗୁଁ କରୋନା ମହାମାରୀ ଭଲି ବିପତ୍ତିକୁ ଆୟତ କରିବାରେ ତାଙ୍କ ଅବଦାନ ଅତୁଲନୀୟ । ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଜିଲ୍ଲା ମଧ୍ୟରେ ସୀମିତ ରହିଛି । ଏହାକୁ ଦୃଷ୍ଟିରେ ରଖି ଲାଠ୍ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ଘରୋଇ ଆମ୍ବୁଲାନ୍ସ ରାଜ୍ୟ ତଥା ରାଜ୍ୟ ବାହାରେ ଯେ କୌଣସି ସ୍ଥାନକୁ ରୋଗୀ ସ୍ଥାନାନ୍ତର କରିବାରେ ସହାୟକ ହେବ ବୋଲି କହି ଲାଠ ପରିବାର ଓ ଯୁବା ମଞ୍ଚକୁ ଧନ୍ୟବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ଉପାଧ୍ୟାୟ ଯୁବା ମଞ୍ଚ ଓ ଲାଠ ପରିବାରର  ପ୍ରଶଂଶା କରିଥିଲେ। ପ୍ରଥମ ତଥା ଦ୍ଵିତୀୟ ଲହରୀ ର ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ତଥା ସମ୍ଭାବିତ ତୃତୀୟ ଲହରୀର ମୁକାବିଳା ପାଇଁ ଯଥା ସମ୍ଭବ ପ୍ରୟାସ ଜାରୀ ରହିଥିବା ଉପଜିଲ୍ଲାପାଳ କହିଛନ୍ତି ।  ଯୁବା ମଞ୍ଚର ପୁର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରିଙ୍କୁ ଅଗ୍ରୱାଲ ସଭାର ସଭାପତିତ୍ୱ କରିବା ସହ ଆମ୍ବୁଲାନ୍ସ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଲେ ଯେ ଏହି ସେବା ସୁଲଭ ମୁଲ୍ୟରେ ୨୪/୭ ଘଣ୍ଟା ସମସ୍ତଙ୍କୁ ଯୋଗାଇ ଦିଆଯିବ ଓ ଆବଶ୍ୟକ ସ୍ଥଲେ ମାଗଣାରେ ମଧ୍ୟ ଦିଆଯିବ ବୋଲି କହିଥିଲେ । ସଭା ଶୁଭାରମ୍ଭରେ ଅତିଥି ଦ୍ୱୟ ଓ ଲାଠ ପରିବାରର ଗୀତା ଦେବୀ, ଗୋପାଲ ଲାଠ ଓ ସୁନୀଳ ଲାଠଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପରେ ପ୍ରଥମେ  ଭଜନଲାଲ ଅଗ୍ରୱାଲଙ୍କ ଠାରୁ ପ୍ରଦତ୍ତ ୩ଟି ଅକ୍ସୀଜନ ସିଲିଣ୍ଡର, ସ୍ୱର୍ଗତ ପୁନମ ଅଗ୍ରୱାଲଙ୍କ ସ୍ମୃତିରେ ତାଙ୍କ ପିତା ପ୍ରହଲ୍ଲାଦ ରାୟ ଅଗ୍ରୱାଲଙ୍କ ଠାରୁ ପ୍ରଦତ୍ତ ଗୋଟିଏ ଅକ୍ସୀଜନ ସିଲିଣ୍ଡର ଓ ସ୍ୱର୍ଗତ ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସ୍ମୃତିରେ ତାଙ୍କ ପୁତ୍ର ରିଙ୍କୁ ଅଗ୍ରୱାଲଙ୍କ ଠାରୁ ପ୍ରଦତ୍ତ ଗୋଟିଏ ଅକ୍ସୀଜେନ କନସେଣ୍ଟ୍ରେଟର ଓ ୨୦ ଲକ୍ଷ ଟଙ୍କା ବିନିମୟରେ ପ୍ରଦତ୍ତ ଆଧୁନିକ ଆମ୍ବୁଲାନ୍ସକୁ ଅତିଥି ଦ୍ୱୟ ଲୋକାର୍ପିତ କରିଥିଲେ । ଏହି ଅବସରରେ ଲାଠ ପରିବାର ଆମ୍ବୁଲାନ୍ସ ଯୁବା ମଞ୍ଚର ସଭାପତି ଅମର ଜୈନଙ୍କୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାକେଶ ଜୈନ, ଡାକ୍ତର ଆନନ୍ଦ କେଜ୍ରିୱାଲ, ବିକାଶ ଅଗ୍ରୱାଲ, ଯମୁନା ପ୍ରସାଦ ଗୋୟଲ, ଅଙ୍କିତ ଲାଠ, ପ୍ରକାଶ ଅଗ୍ରୱାଲ, ହିତେଶ ଜୈନ, ରାଜେଶ ଶର୍ମା, ମହେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢୀ, ଚାମ୍ବର ଅଫ କମର୍ସର ସଭାପତି ଈଶ୍ୱର ଜୈନ, ଯୁବ ନେତା ପ୍ରେମଚନ୍ଦ ଜୈନ, ନରେଶ ଅଗ୍ରୱାଲ, ନାରୀ ଶକ୍ତି ଅଧ୍ୟକ୍ଷା ଅଞ୍ଜଳୀ ବେହେରା, ମାରୱାଡ଼ି ମହିଳା ସମିତି ସଭାନେତ୍ରୀ ସଙ୍ଗୀତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault