ହେଡଲାଇନସ୍:

ଭାରତୀୟ ଭେଷଜ ଚିକିତ୍ସା ସଂଘ(ଆଇଏମଏ) ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଡାକ୍ତର ତଥା ଜୀବନ ରକ୍ଷାକାରୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ ଆବଶ୍ୟକ ସରକାରୀ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ମେଡିକାଲ ଭେଷଜ ଚିକିତ୍ସା ସଂଘ (ଆଇଏମଏ) ଗଜପତି ଜିଲ୍ଲା ଶାଖା ପକ୍ଷରୁ "ଜାତୀୟ ପ୍ରତିବାଦ ଦିବସ" ପାଳିତ ହୋଇଯାଇଛି । 

ଏହି ଅବସରରେ ବହୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟର ଡାକ୍ତର ମାନେ ଏକତ୍ରିତ ହୋଇ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଜୀବନ ରକ୍ଷାକାରୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ ରକ୍ଷା ପାଇଁ ଆବଶ୍ୟକ ସରକାରୀ ସୁରକ୍ଷା ଯୋଗାଇ ଦେବା ଉପରେ ଦାବୀ କରି ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ ।

 ପରେ କରୋନା ମହାମାରୀର କାର୍ଯ୍ୟରତ ସମୟରେ କରୋନା ପଜିଟିଭ୍ ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ୬୫୦ ଡାକ୍ତର ମାନଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ। 

ଏ ସମ୍ପର୍କରେ ବେସରକାରୀ ଡାକ୍ତର ସଂଘର ଡାଃ ପ୍ରଦୀପ କୁମାର ସ୍ବାଇଁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ଅଧିକ୍ଷକ ତଥା ଡିଏମ୍ଓ: ଡାଃ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ଯେ ,  କାର୍ଯ୍ୟରତ ସମୟରେ ଡାକ୍ତର ମାନଙ୍କୁ ସୁରକ୍ଷା ଦିଆ ନ ଗଲେ ସେମାନେ ଠିକ୍ ଭାବେ କାର୍ଯ୍ୟ କରି ପାରିବେନି ଏବଂ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ପାରିବେନି । 

ଏଣୁ ଲୋକମାନଙ୍କୁ ମଧ୍ୟ ଆମେ ଆଜିର ଦିନରେ ସଚେତନ କରାଇବୁ ଯେ , ଡାକ୍ତର ମାନେ ଆମର ଜୀବନ ରକ୍ଷାକାରୀ , ବିପଦ ସମୟରେ ସେମାନେ ଆମର ଜୀବନ ରକ୍ଷା କରିବାରେ ସହାୟକ ହେଉଛନ୍ତି । 

ଡାକ୍ତର ମାନେ ବିଭିନ୍ନ ସମୟରେ ଅକାରଣରେ ଲୋକଙ୍କ ମାଡ଼ ଓ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସେମାନଙ୍କୁ ଏ ସବୁ ଯେଭଳି କୌଣସି କିଛି ନ ହୁଏ , ସେଥିପାଇଁ ଆମେ ସେମାନଙ୍କ ସରକାରୀ ସୁରକ୍ଷା ଚାହୁଁଛୁ । ଏ କ୍ଷେତ୍ରରେ ଲୋକମାନେ ମଧ୍ୟ ସଚେତନ ହେବା ଦରକାର ଯେ ,ଡାକ୍ତର ମାନେ ଜଣେ ରୋଗୀ ପ୍ରତି ଆବଶ୍ୟକ ଠାରୁ ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତି ଏବଂ ରୋଗୀ-ଚିକିତ୍ସା ପ୍ରତି କୌଣସି ଅବହେଳା ନ କରି ସେବା-ମନୋବୃତ୍ତି ନେଇ ରୋଗୀକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥାନ୍ତି ।  ତେଣୁ ଆମକୁ ବିଭିନ୍ନ ସମୟରେ ସରକାରୀ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବୀ ଜଣାଇଥିଲେ। 

ଏହି କାର୍ଯ୍ୟକ୍ରମରେ ଡାଃ ପ୍ରଦୀପ କୁମାର ପାତ୍ର , ଡାଃ ରମେଶ ଚନ୍ଦ୍ର  ମିଶ୍ର , ଡାଃ ଶ୍ରୀକାନ୍ତ ସାହୁ , ଡାଃ ସାନ୍ତାନୁ ପାଢ଼ୀ , ଡାଃ ଆର୍.କେ ମିଶ୍ର , ଡାଃ କେ.ସି .ବେହେରା , ପ୍ରମୁଖ ବହୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟର ଡାକ୍ତର ମାନେ ସାମିଲ ଥିଲେ ।

0
0
0
s2sdefault