ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ୫୦ଜଣ ଭିନ୍ନକ୍ଷମଙ୍କୁ ଟୀକାକରଣର ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ ସାହୁ: ଆଜି ରାୟଗଡ ସହରର ସ୍ତାନୀୟ ଅଶୋକ କଲ୍ୟାଣ ମଣ୍ଡପ ଟୀକାକରଣ କେନ୍ଦ୍ର ସ୍ଥଳୀରେ ୫୦ଜଣ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଟୀକାକରଣ କରାଯାଇଥିଲା । ୧୮ବର୍ଷ ରୁ ୪୪ବର୍ଷିୟ ବୟସ ମଧ୍ୟରେ ଥିବା ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଟୀକାକରଣର ସୁବିଧା ଉପଲବ୍ଧ କରାଯାଇଛି । ସମ୍ମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ରାୟଗଡା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାୟଗଡ ସହରରେ ରହୁଥିବା ଦିବ୍ୟାଙ୍ଗମାନଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଆଗାମୀ ଦିନରେ ବଳକା ରହିଥିବା ଦିବ୍ୟାଙ୍ଗଙ୍କୁ ମଧ୍ୟ ଟୀକାକରଣ କରାଯିବ ବୋଲି ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର,ଅଙ୍ଗନବାଡି କର୍ମୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଉକ୍ତ ବର୍ଗର ଦିବ୍ୟାଙ୍ଗମାନଙ୍କୁ ଟୀକାକରଣ କରାଯାଇଥିବାରୁ ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ପ୍ରଶାସନକୁ କୃତଞତା ଜଣାଇଥିଲେ l

0
0
0
s2sdefault