କଲ୍ୟାସିଂହପୁର / ପ୍ରଦୀପ ଦଲାଇ -ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ଅଧିନସ୍ତ ଦେଉଲବାଡ଼ି ଚଞ୍ଚଡ଼ାସାହିର କାଣ୍ଟୁ ଶ୍ୟାମଙ୍କ ଦୁଇ ପୁତ୍ର ଙ୍କ ମଧ୍ୟରେ ବଡ଼ ପୁଅ ସୁରେନ୍ଦ୍ର କାଣ୍ଟୁ । ଜନ୍ମରୁ ଭିନ୍ନକ୍ଷମ ସୁରେନ୍ଦ୍ର କିନ୍ତୁ ଖୁବ୍ ବୁଦ୍ଧିମାନ । ନିଜର ପଢ଼ିବାର ଆଗ୍ରହ ପାଇଁ ସେ ସୃଷ୍ଟି କରି ପାରିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ ବିକଳାଙ୍ଗ ହୋଇବି ସାଧାରଣ ଲୋକ ପରି ସେ ପାଠ ପଢିବା ସହ ଲେଖା ଲେଖି ମଧ୍ୟ କରନ୍ତି ଏହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ କାରଣ ନିଜ ପାଟିରେ କଳମକୁ ଧରି ଲେଖି ପାରନ୍ତି ଅନେକ କିଛି ଗୀତ ହେଉ କି ପାଠ ଅନବରତ ଲେଖି ପାରନ୍ତି ଅବିକଳ ଆମ ପରି। କିନ୍ତୁ ଭାଗ୍ୟର ବିଡମ୍ବନା ଆଗକୁ ପାଠ ପଡ଼ିବାକୁ ଇଚ୍ଛା ଥିବା ସତ୍ତ୍ଵେ ଅର୍ଥ ଅଭାବରୁ ଆଉ ଆଗକୁ ପାଠ ପଢି ପାରିଲେ ନାହିଁ ଶେଷରେ ବାଧ୍ୟ ହୋଇ ଦୁଇ ପଇସା ରୋଜଗାର କରିବା ଉଦ୍ଧେଶ୍ୟରେ ଛୋଟିଆ ଦୋକାନ ଟିଏ କରିଲେ ତାହା ବି ବେଶୀ ଦିନ ଚାଲି ପାରିଲା ନାହିଁ କାରଣ ସୁରେନ୍ଦ୍ର କୁ ଦୋକାନ କାମରେ ସାହାଯ୍ୟ କରିଥିବା ତାଙ୍କ ମା ଙ୍କ କାଳ ହୋଇଗଲା। ବିକଳାଙ୍ଗ ଭତା ଛଡ଼ା ଆଉ କିଛି ସରକାରୀ ସହାୟତା ମିଳୁ ନାହିଁ, ରେଶନ୍ କାର୍ଡ ଟିଏ ଥିଲା ତାହା ବି ଏବେ କଟି ଗଲା କହି ପଞ୍ଚାୟତ ରେ ଆଉ ଚାଉଳ ବି ମିଳୁ ନାହିଁ । ଆଧାର କାର୍ଡ ରେ ଫିଙ୍ଗର୍ ପ୍ରିଣ୍ଟ ନ ନେଉ ଥିବାରୁ ନୂତନ ରେଶନ କାର୍ଡ ପାଇଁ ବି ପାଇ ପାରିଲେ ନାହିଁ ସୁରେନ୍ଦ୍ର। ପ୍ରଶାସନ ତରଫରୁ ଯେଉଁ ସାଇକେଲ ମିଳିଛି ତାହା ବି ବହୁତ୍ ପୁରୁଣା ହୋଇଯାଇଥିବାରୁ ଭାଙ୍ଗିବାକୁ ବସିଲାଣି ଏପଟେ ଘରେ ବୁଢ଼ା ବାପା ଆଉ ଭାଇ କେମିତି ଚଳିବେ ତାହା ହିଁ କଷ୍ଟ ସାଧ୍ୟ ଏଥିପାଇଁ ଆଉ ପାଠ ପଢିବା ତ ସମ୍ଭବ ନାହିଁ ଯଦି ସରକାର ଙ୍କ ଦ୍ଵାରା କିଛି ପ୍ରସ୍ଚାହନ ମିଳିଲେ ଦୁଇ ଆତ୍ମ ନିର୍ଭରଶୀଳ ହୋଇ ପାରିବି ବୋଲି ସୁରେନ୍ଦ୍ର ଓ ତାଙ୍କ ପରିବାର ତଥା ବନ୍ଧୁବାନ୍ଧବ ଜଣେଇଛନ୍ତି। ।
ରାଜ୍ୟ
ଭିନ୍ନକ୍ଷମ ହେଲେ ବି ଅନ୍ୟଙ୍କ ପାଇଁ ପ୍ରେରଣା ଦେଉଲବାଡ଼ି ଗ୍ରାମର ସୁରେନ୍ଦ୍ର, ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ।
- Hits: 377