ହେଡଲାଇନସ୍:

ଜାଡାବୁଇଡା ଗ୍ରାମବାସୀଙ୍କ ଉପରେ ସଦୟ ହେବେ କି ପ୍ରଶାସନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାକାର ହୁଅନ୍ତା ରାସ୍ତାଟିଏ ଆଉ ଆଲୁଅ ଟିକେ ପାଇବାର ସପନ 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦେଶ ସ୍ୱାଧିନତା ପାଇବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତିଗଲାଣି I ହେଲେ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ ଆଜିବି ଗମନାଗମନ, ସ୍ୱାସ୍ଥ୍ୟ ସେବା, ସୁଦ୍ଧ ପାନିୟଜଳ ସେବା ଇତ୍ୟାଦି ମୌଳିକ ସୁବିଧା ପାଇବାରୁ ବଞ୍ଚିତ I 

କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ପଞ୍ଚାୟତର ୱାର୍ଡ ନଂ ୦୯ରେ ଅବସ୍ଥିତ ଜାଡାବୁଇଡା ଗ୍ରାମ I ଯାହାକି ଆଜି ମଧ୍ୟ ଅବହେଳିତ I ଦେଶ ସ୍ଵାଧୀନ ହେବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବିତି ହେଲାଣି I କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳର ଜନସାଧାରଣ ଗମନାଗମନ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ମୌଳିକ ସୁବିଧା ପାଇବାରୁ ବଞ୍ଚିତ I ଏହି ଗ୍ରାମକୁ ପର୍ଯ୍ୟନ୍ତ  କୌଣସି ରାସ୍ତା, ବିଦ୍ୟୁତ ସେବା ସଂଯୋଗ ହୋଇ ନାହିଁ I ଗାଁ ମୁଣ୍ଡରେ ଏକ ନାଳ ଥିବାରୁ ଗ୍ରାମବାସୀ ସେଠାରେ ଏକ କାଠ ପୋଲ ତିଆର କରି ଆତି ବିପଦ ସଂକୁଳ ଅବସ୍ଥାରେ ଜରୁରୀ ସେବା ପାଇବା ପାଇଁ ଯାତାୟାତ କରି ଥାନ୍ତି I ଅନେକ ସମୟରେ ବର୍ଷା ହେଲେ ଗାଇଗରୁ ଏବଂ ଜନସାଧାରଣ ନାଲର ପ୍ରଖର ସ୍ରୋତରେ ଭାସି ଯାଉ ଥିବା ଜାଡାବୁଇଡା ଗ୍ରାମବାସୀ କହିଛନ୍ତି I ଯାହା ପାଇଁ ଏହି ଅଞ୍ଚଳର ଜନସାଧାରଣ କୁମ୍ଭାରୀ ଗାଁ ଗ୍ରାମପଞ୍ଚାୟତ, ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବଜାରକୁ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି I କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ମିଳୁଛି, କିନ୍ତୁ ସରକାରୀ ମୌଳିକ ସୁବିଧା ମିଳି ପାରୁନ ଥିବା ଅଞ୍ଚଳ ବାସୀ କହିଛନ୍ତି I ରାସ୍ତାଘାଟ ନ ଥିବା ଯୋଗୁଁ ଏହି ଅଞ୍ଚଳର ପିଲା ବିଦ୍ୟାଳୟକୁ ଯାଇ ପରୁନାହାନ୍ତି I ଏହା ସହ ରୋଗୀ, ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା ପ୍ରକାଶ କରିଛନ୍ତି I ଏହି ଗ୍ରାମରେ ବର୍ତ୍ତମାନ ସୌର ଜାତିର ଲୋକଙ୍କ ସହ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି I ଜାଡାବୁଇଡା ଏବଂ ପାଡ଼ିକିଆ ଦୁଇଟି ରାଜସ୍ୱ ଗ୍ରାମ I ତେଣୁ ଏହି ଗ୍ରାମକୁ ରାସ୍ତା, ବିଦ୍ୟୁତ ଯୋଗାଇ ଦେବା ପାଇଁ ଅବ୍ରାହାମ ଗାମାଙ୍ଗ, ଯୋହନ ଗମାଙ୍ଗ, ପିତର ଗମାଙ୍ଗ, ଗୁରୁବାଡା ଗମାଙ୍ଗ, ସୁକୀ ଗମାଙ୍ଗ, ଫ୍ରାନ୍ସସି ବଳିୟାରସିଂ, ସେକୁନ୍ଧ ବଳିୟାରସିଂ, ମୁକୁନ୍ଧ ବଳିୟାରସିଂ, ୱାର୍ଡ ମେମ୍ବର ଜୁନେଶ ବଡ଼ରଇତ ପ୍ରମୁଖ ଦାବୀ କରିଛନ୍ତି I ଯଦି ପ୍ରଶାସନ ଜାଡାବୁଇଡା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ତତ୍ପର ପ୍ରକାଶ ନ କରନ୍ତି, ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନର ମଧ୍ୟ ଚେତାବନୀ ଦେଇଛନ୍ତି I

ଜାଡାବୁଇଡା ଠାରୁ ଦାରିଙ୍ଗବାଡି ୫୬କିମି, ଜାଡାବୁଇଡା ଠାରୁ ବାମୁଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୬କିମି, ଜାଡାବୁଇଡା ଠାରୁ କୁମ୍ବାରିଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ୭କିମି, ଜାଡ଼ବୁଇଡା ଠାରୁ ପାଡ଼ିକିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମୁଖ୍ୟ ରାସ୍ତାକୁ ୪ କିମି ଦୂରତା I ଜାଡାବୁଇଡା ଗ୍ରାମର ଜନସାଧାରଣ ପାଡ଼ିକିଆ ଗ୍ରାମରେ ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଏବଂ  ଓ ଆଶା କେନ୍ଦ୍ର ଉପରେ ନିର୍ଭର କରି ଥାନ୍ତି I ରାସ୍ତା ନ ଥିବାରୁ ଛୋଟଛୋଟ ପିଲା ୪ କିମି ଅତି ଦୁର୍ଗମ ରାସ୍ତା ଅତିକ୍ରମ କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ପାଇଁ ସମସ୍ୟାର ସମୁଖୀନ ହେଉ ଥିବା ବେଳେ ଗର୍ଭବତୀ ମହିଳା ଏବଂ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇବା ପାଇଁ ମୁସ୍କିଲ ହୋଇ ପଡ଼ି ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି I ତେଣୁ ଜାଡାବୁଇଡା ଗ୍ରାମକୁ ପାଡ଼ିକିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦ୍ୱାରା ନିର୍ମିତ ରାସ୍ତାକୁ ସଂଯୋଗ କରିବା ପାଇଁ ରାସ୍ତାର ନିର୍ମାଣ ଏବଂ ବିଦ୍ୟୁତ ସଂଯୋଗ ସକାଶେ ଗ୍ରାମର ମହିଳା ସୁକି ଗମାଙ୍ଗ ଦାବୀ କରିଛନ୍ତି I

0
0
0
s2sdefault