ହେଡଲାଇନସ୍:

ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼  ( ଗୌରବ ଦର୍ଜୀ ) : ଦେଶ ସାରା ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବି ପୂରଣ ନେଇ ବୁଧବାର ଠାରୁ  ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟ ରେ ମଧ୍ୟ ଜୀବନ ବୀମା ଅଭିକର୍ତ୍ତା ମାନେ ତାଙ୍କର କର୍ତ୍ତବ୍ୟ ରେ ଅବହେଳା କରି ନ ଥିବା ବେଳେ କରୋନା ଯୋଦ୍ଧା ପରି ଆଗେଇ ଆସି କାମ କରିଥିବା ଅଭିକର୍ତ୍ତା ମାନେ କହିଛନ୍ତି। ତେଣୁ ୧୮ ଦଫା ଦାବି ନେଇ ଆଜି ସାରା ଦେଶ ରେ ଧାରଣା ଦେଇଛନ୍ତି।   ଅଭିକର୍ତ୍ତାଙ୍କ କରୋନାରେ ମୃତ୍ୟୁ ହେଲେ ୧ କୋଟି ଟଙ୍କାର ସହାୟତା , ସେମାନଙ୍କ ପୁଅଝିଅର ପାଠପଢା ଖର୍ଚ୍ଚ ବହନ , ୧୦ ହଜାର ଟଙ୍କା ମାସିକ ଭତ୍ତା , ମେଡି କ୍ଲେମରେ ଟପ ଅଫ ୫୦ ଲକ୍ଷ ସହିତ ପିତାମାତା , ସ୍ଵାମୀ ସ୍ତ୍ରୀ ଏବଂ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରିବା , ନିଗମ ପକ୍ଷରୁ ୫୦ ପ୍ରତିଶତ ପ୍ରିମିୟମ ପ୍ରଦାନ ସହ ଗୋଷ୍ଠୀ ବୀମାରେ ୫୦ ଲକ୍ଷ ବୀମା ସହ ଦୁର୍ଘଟଣାକୁ ବି ସାମିଲ କରାଯିବା , କରୋନା ଏଡଭାନ୍ସ ଏକ ଲକ୍ଷ ଟଙ୍କା ପ୍ରଦାନ ଆଦି ନେଇ ଦାବି ହୋଇଛି । ଅଭିକର୍ତ୍ତା ସଂଘ ପକ୍ଷରୁ ସଭାପତି ବୁଲବୁଲ ମେହେର , ସମ୍ପାଦକ ନାରାୟଣ ରଣା , ଡିଭିଜନାଲ ଉପସଭାପତି ବୈକୁଣ୍ଠ ମେହେର , ଯୁଗ୍ମ ସମ୍ପାଦକ ସନ୍ତୋଷ ପୁରୋହିତ , କୋଷାଧ୍ୟକ୍ଷ ବିଜୟ ପଟ୍ଟନାୟକ , ବରିଷ୍ଠ ଅଭିକର୍ତ୍ତା ଶିବ ପ୍ରସାଦ ପରିଡା , ପୁଷ୍କର ଖସେଲ , ଶେଷ ପ୍ରଧାନ , ଜଗଦିଶ ବେହେରା , ଅସୀମ କୁଣ୍ଡ , କ୍ଷମାନିଧ୍ବ ଟାକ୍ରି , ରାଜା ଶର୍ମା , ଖଗେଶ୍ୱର ସାହୁ , ସୁନ୍ଦରମୋହନ ସାହା , ସୁନ୍ଦର ଲାଲ ଶର୍ମା , ଉତ୍ତମ ଦେ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

0
0
0
s2sdefault