ହେଡଲାଇନସ୍:

ମାନବ ସେବାରେ ଉତ୍ସର୍ଗୀକୃତ ପୁରୀ କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: କଂଗ୍ରେସ ସେବା ଦଳ ୧୯୨୩ ମସିହାରେ ଗଠିତ ଉଦ୍ଦେଶ୍ୟ  ଆଜି ବି ଜୀବିତ  ଅଛି । ସାଙ୍ଗଠନିକ ସ୍ତରରେ ଏକଜୁଟ ହୋଇ ପାରିଛି ପୁରୀ କଂଗ୍ରେସ । ମାନବ ସେବା ହି ମାଧବ ସେବା ନୀତିରେ ଲୋକଙ୍କ ନିକଟତର ହେବା ସହ କରୋନା ସମୟରେ ଲୋକଙ୍କ ଅସମୟରେ ଠିଆ ହୋଇଛି ପୁରୀ କଂଗ୍ରେସ । 

କରୋନାର ୨ୟ ଲହର ଆରମ୍ଭରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଅସହାୟ ମାନଙ୍କୁ ସାହାଯ୍ୟ  କରିବାକୁ ଅଣ୍ଟା ଭିଡିଥିଲା ପୁରୀ କଂଗ୍ରେସ । ପ୍ରତିଦିନ ପ୍ରାୟ ୧୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ବେସାହାରଙ୍କୁ ସାହା ହୋଇଛି କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତିଙ୍କ ନେତୃତ୍ବରେ ପ୍ରାୟ ୪୨ ଦିନରୁ ଉର୍ଦ୍ଧ୍ବ ସମୟ ହେବ ଏହି କାର୍ଯ୍ୟକ୍ରମ ଜାରି ରହିଛି । 

ଅନ୍ୟପଟେ ବୁଧବାର ଛାତ୍ର କଂଗ୍ରେସର ନୂତନ ସଭାପତି ସତ୍ୟ ପ୍ରକାଶ ବରାଳଙ୍କ ତତ୍ୱାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ରକ୍ତଦାନ ଦିବସ ସପ୍ତାହ ଅବସରରେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ଲଡବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି । ମହାମାରୀରେ ଅନେକ ଲୋକ ରକ୍ତ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଜିଲ୍ଲା ଛାତ୍ର କଂଗ୍ରେସର ଏ ଛୋଟ ପ୍ରୟାସ ଲୋକଙ୍କ ମୁହଁରେ ହସ ଆଣିଦେବ । ଆଗାମୀ ଦିନରେ ଛାତ୍ର କଂଗ୍ରେସର ଏପରି ପ୍ରୟାସ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ସତ୍ୟ ପ୍ରକାଶ କହିଛନ୍ତି ।

ଅନୁରୂପ ଭାବେ ଯୁବ କଂଗ୍ରେସ ରାଜ୍ୟ ମୁଖପାତ୍ର ବିଶ୍ୱନାଥ ଦାଶଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ, ଯୁବ ଓ ଛାତ୍ର କମିଟି ବୁଧବାର ଅପରାହ୍ନରେ ନୀଳଗିରି ବସ କର୍ମଚାରୀଙ୍କୁ  ଅଟା, ଚିନି, ସୁଜି, ଡାଲି, ତେଲ, ଆଳୁ, ଚୁଡା ଓ ମାସ୍କ ବଣ୍ଟନ କରିଛନ୍ତି । ବସ ଚଳାଚଳ ବନ୍ଦ ଯୋଗୁଁ ଜୀବିକା ହରାଇଥିବା ପ୍ରାୟ ୧୪୫ ଜଣ ବସ କର୍ମଚାରୀଙ୍କୁ ଉପରୋକ୍ତ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା  ରାଜେଶ ମିଶ୍ର, ସୁଜିତ ମହାପାତ୍ର, ଗୋପାଳ ଚନ୍ଦ୍ର ଖୁଣ୍ଟିଆ,  ଅମରେନ୍ଦ୍ର ପାଇକରାୟ, ସ୍ବାଧିନ ପଣ୍ଡା, ରଜତ କୁମାର ସାହୁ, ଚରଣ ମେକାପ, ପବିତ୍ର ଭୋଇ, ମାନସ ରଂଜନ ସ୍ବାଇଁ, ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ବିଶ୍ବରଞ୍ଜନ ମହାପାତ୍ର,  ଛାତ୍ର ସଭାପତି ସତ୍ୟ ପ୍ରକାଶ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦେଶ ଯୁବ କଂଗ୍ରେସ, ମୁଖପାତ୍ର ବିଶ୍ବନାଥ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି । 

0
0
0
s2sdefault