ବଲାଙ୍ଗୀର /ନିରୋଜ ମିଶ୍ର: ଗତ କାଲି ବନ୍ଧୁକ ମୁନ ରେ ୩ଜଣଙ୍କୁ ବନ୍ଧକ ଘଟଣା ରେ ଅପରାଧୀ ବିକ୍ରମ ପଣ୍ଡା କୁ ୫ ଘଣ୍ଟାର କଡ଼ା କସରତ ପରେ କାବୁ କରି ଅଟକ ରଖିଥିଲା ବଲାଙ୍ଗୀର ପୋଲିସ। ଯାହା ଆଜି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ରେ ଅପରାଧୀ ବିକ୍ରମ ପଣ୍ଡାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବଲାଙ୍ଗୀର ଟାଉନଥାନା ଆଇ,ଆଇ,ସି, ପ୍ରିୟଙ୍କା ରାଉତ ରାୟ,ଏସ,ଡ଼ି, ପି,ଓ, ତୋଫାନ ବାଗ ଘଟଣା ର ସମସ୍ତ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି। ଯେଉଁଥିରେ ଅପରାଧୀ କୁହାଯାଉଥିବା ବିକ୍ରମ ପଣ୍ଡା ର ପ୍ରେମ ସମ୍ପର୍କ ରହିଥିଲା ଓ ସେ ନିଜ ପ୍ରେମକୁ ହାସିଲ କରିବା ପାଇଁ ଝିଅର ମାମୁଁ ଘରକୁ ପଶିଥିଲା।ଏବଂ ବନ୍ଧୁକ ମୁନରେ ତିନି ଜଣଙ୍କୁ ବନ୍ଦକ ରଖି ତାଙ୍କ ଭାଣଜି କୁ ଡ଼ାକିବା ପାଇଁ ଧମକ ଚମକ ଦେଇଥିଲା ନ ହେଲେ ବନ୍ଦକ ଥିବା ତିନି ଜଣଙ୍କୁ ଜୀବନ ରେ ମାରିଦେବା ଭଳି ଧମକସହ ଚେତାବନୀ ଦେଇଥିଲା।ସେପଟେ କଳେବଳେ କୌଶଳେ ହୋତା ପରିବାର ଅପହରଣ କାରୀ କୁ ଗୋଟେ କୋଠରୀରେ ବନ୍ଧ କରି ଅନ୍ୟ ଏକ କୋଠରୀରେ ରହି ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ର କଡ଼ାକଡ଼ି ଉଦ୍ୟମପରେ ୪ଘଣ୍ଟାର ସଂଘର୍ଷ ପରେ ଉପରମହଲା ଝରକା ରୁ ଉଦ୍ଦାର ହୋଇଥିଲେ।ଓ ପୋଲିସ ପ୍ରଶାସନ ର କଠିନ ପରଶ୍ରମ ପରେ ଗୋଟେ ଘଣ୍ଟା ବ୍ୟବଧାନରେ ଅର୍ଥାତ ସାଢ଼େ ୫ ଘଣ୍ଟାର କସରତପରେ ଅପରାଧୀ ବିକ୍ରମ ପଣ୍ଡାକୁ ଗିରଫ କରିଥିଲା।ଗିରଫ ସମୟରେ ଗୋଟେ ଦେଶୀ ପିସ୍ତଲ,ତିନିଟି ଫୁଟା ଗୁଳି ,ଗୋଟେ ଚାକୁ ୨୯ ଇଞ୍ଚ ଲମ୍ବା,ଏବଂ ଅପରାଧୀ ଆସିଥିବା ଗୋଟେ ୟମାହ ଏଫଜେଡ ଗାଡ଼ି ନ ଓଡ଼ି-୦୩ଏ -୭୦୮୦ ଗାଡି ଜବତ କରିଥିବା ସୂଚନା ଦେଇଛି ପୋଲିସ। ତେବେ ଏହି ଘଟଣା ସହର ସହ ପ୍ରତ୍ୟେକ ଜନସାଧାରଣ ମଧ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଅପରାଧୀ ବିକ୍ରମ ପଣ୍ଡା ଏହି ଅପରାଧ ପାଇଁ ନିଜକୁ ଦୋଷୀ କହୁଁନଥବା ଓ କୋୖଣସି ଲଜ୍ଜା ଜନକ ବିଷୟ ନୁହଁ ବୋଲି ଗଣମାଧ୍ୟମକୁ ନିଜ ମତବ୍ୟକ୍ତ ରଖିଛି। ସ୍ୱୀକାର କରିଛି ସେ ଦିବ୍ୟ ଲୋଚନ ହୋତାଙ୍କ ଭାଣଜିଙ୍କୁ ଭଲ ପାଉଥିଲା ଓ ଦୀର୍ଘ ଦୁଇ ବର୍ଷ ହେବ ଦୁହିଁଙ୍କ ପ୍ରେମ ସମ୍ପର୍କ ଥିଲା। ଯାହା ଝିଅ ର ବାପା ଓ ତା ଭାଇ ଏ ସମ୍ପର୍କକୁ ମିଛ କହିବା ସହ ଦୁହିଁ ଙ୍କ ପ୍ରେମ ସମ୍ପର୍କ କୁ ଟାଇମ ପାସ ଭଳି ନାଁ ର ଆଖ୍ୟା ଦେଇଥିବା ବେଲେ ଅପରାଧୀ ପ୍ରେମିକ ଏହି କଥା ର ସତ୍ୟା ସତ୍ୟ ଜାଣିବା ପାଇଁ ମାମୁଁ ଘରକୁ ବନ୍ଧୁକ ଧରି ପଶିଥିଲା ଓ ତା ପ୍ରେମିକାକୁ ଡାକି ସତ୍ୟା ସତ୍ୟ ଜାଣିବା ପାଇଁ ଧମକ ଚମକ ଦେଇଥିବା ପ୍ରକାଶ କରିଛି। ଅପହରଣ ରେ ବ୍ୟବହାର କରିଥିବା ବନ୍ଧୁକ ଦୀର୍ଘ ଦୁଇବର୍ଷ ହେବ ବଉତ ଅଂଚଳରୁ ଆଣିଥିବା ଭଳି ନିଜମତ ରଖିଛି । ଅନ୍ୟପଟେ ବଲାଙ୍ଗୀର ପୋଲିସ ଏହି ଅପହରଣ ଘଟାଇଥିବା ଅପରାଧୀ ବିକ୍ରମ ପଣ୍ଡାଙ୍କ ନାଁ ରେ ଟାଉନ ପୋଲିସ କେଶ ନ -୦୩୩୩,୧୫,୬,୨୦୨୧ୟୁ/ଏସ ୩୪୨/୪୫୦/୩୫୩/୨୯୪/୫୦୬/୩୦୭/ଆଇ,ପି,ସି,୨୫/୨୭/୩୩୪/୨୦୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।ଏବଂ ବେଆଇନ ଭାବେ ବନ୍ଧୁକ କେଉଁଠୁ ପାଇଛି,କାହା ପାଖରୁ ଆଣିଛି ତାର ତଦନ୍ତ ଜାରି ରଖିଛି।
ରାଜ୍ୟ
ଅପହରଣକାରୀ ବିକ୍ରମର ସ୍ବାସ୍ଥ୍ୟ ପରୀକ୍ଷା ପରେ ବଲାଙ୍ଗୀର ପୋଲିସ କଲା କୋର୍ଟ ଚାଲାଣ।
- Hits: 798