ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ଉପଖଣ୍ଡ ରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି। ସହର ଅଞ୍ଚଳ ରେ ହେଉଥିବା ପାଣି ର ସମସ୍ୟା କୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳ ରେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁନାହିଁ। ସହର ସମେତ ଗ୍ରାମାଞ୍ଚଳ ରେ ମଧ୍ୟ ପାଣି ସମସ୍ୟା କୁ ନେଇ ଅସନ୍ତୋଷ ଦେଖା ଦେଇଛି। କେଉଁଠି ପାଣି ଅହରହ ବୋହି ଯାଉଛି ତ କେଉଁଠି ପାଣି ଟିକକ ପାଇଁ କଲବଲ ହେଉଛନ୍ତି ଲୋକେ। ତେଣୁ କେତେବେଳେ ଆନ୍ଦୋଳନ ତ କେତେ ବେଳେ କାର୍ଯ୍ୟଳୟ ଘେରାଉ। ସେହିପରି ଆଜି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତ ର ଚାହାଁରଭଟା ଓ ସିଲ୍ ପଡ଼ା ଅଞ୍ଚଳ ର ମହିଳା ମାନେ ପାଣି ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସହର ରୁ ପ୍ରାୟ ୫ କିମି ଦୂର ରୁ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ପାଇଁ ବିଭିନ୍ନ ବାଲଟି, ଗରା ଧରି ଚାଲିଚାଲି ଆସିଥିଲେ ମହିଳା ମାନେ। ବାନ୍ଦୁପଲା ଗ୍ରାମପଞ୍ଚାୟତ ର ଚାହାଁରଭଟା ଓ ସିଲ୍ ପଡ଼ା ଅଞ୍ଚଳ ପାହାଡ ଉପରେ ଥିବାରୁ ସେଠାରେ ନଳକୂପ ସ୍ଥାପନ ହୋଇପାରୁନାହିଁ। ପାହାଡ ଉପରେ କୂଅ ଖୋଲିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ଅନେକ ଅଭିଯୋଗ ହେବା ପରେ ଗ୍ରୀଷ୍ମ ଋତୁରେ କେବଳ ମାତ୍ର ୧୫ ଦିନ ପାଇଁ ତିନି ଦିନ କିମ୍ବା ଚାରି ଦିନ ରେ ଥରେ ପାଣି ଟ୍ୟାଙ୍କର ମଧ୍ୟମ ରେ ପାଣି ଯୋଗାଇ ଦିଆ ଯାଉଥିଲା। ତାହାକୁ ସେମାନେ ଘରେ ବିଭିନ୍ନ ପ୍ରକାରରେ ଗଚ୍ଛିତ ରଖି ବ୍ୟବହାର କରୁଥିଲେ। ଏହା ପରେ ସେମାନେ ନିଜ ଘରୁ ପ୍ରାୟ ୩ କିମି ଦୂର କୁ ଯାଇ ପାଣି ଆଣୁଥିବା ଅଭିଯୋଗ କରିଛନ୍ତି ମହିଳା ମାନେ। ଗାଁ ରେ ଥିବା ପୋଖରୀ କୁ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପାଣି ନିଷ୍କାସନ କରାଯାଇଛି। ଯେଉଁଥିପାଇଁ ଗାଧୋଇବା ପାଇଁ ମଧ୍ୟ ପାଣି ର ସମସ୍ୟା ଦେଖା ଯାଇଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ବାରମ୍ବାର ଉପଜିଲ୍ଲାପାଳ, ସରପଞ୍ଚ ଓ ବିଧାୟିକାଙ୍କ ନିକଟରେ ଅଭିଯୋଗ କଲେ ପରେ ମଧ୍ୟ ପାଣି ସମସ୍ୟା ର ସମାଧାନ ହୋଇ ନଥିବା ଅଭିଯୋଗ କରିଛନ୍ତି ମହିଳା ମାନେ । ଆଜି ପ୍ରାୟ ୫ କିମି ଚାଲିଚାଲି ମହିଳା ମାନେ ନିଜ ନିଜ ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବାଲଟି ଗରା ଧରି ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ନ ପାରି ପୌରପରିଷଦ କାର୍ଯ୍ୟାଳୟ ଆସିଥିଲେ। ପୌରପରିଷଦ କାର୍ଯ୍ୟଳୟ କୁ ମହିଳା ମାନେ ଘେରି ଥିଲେ। ଉପଜିଲ୍ଲାପାଳ ମହିଳା ମାନଙ୍କ ସମସ୍ୟା ବିଷୟ ରେ ପୂର୍ବରୁ ଅବଗତ ନ ଥିବା ଜଣାଇଥିଲେ। ବାନ୍ଦୂପଲା ଗ୍ରାମ ର ବିଭିନ୍ନ ଅଞ୍ଚଳ ରେ ବର୍ତ୍ତମାନ ମେଗା ଜଳ ସେଚନ ପ୍ରକଳ୍ପ ରେ କାମ ଚାଲିଥିବା ଯୋଗୁଁ ଆଗାମୀ ପ୍ରକଳ୍ପ ପାଇଁ ପ୍ରାୟ ଛଅ ମାସ ବିଳମ୍ବ ହେବ ବୋଲି ମହିଳା ମାନଙ୍କୁ କହିଥିଲେ। ତେଣୁ ଆସନ୍ତା କାଲି ଠୁ ପ୍ରତିଦିନ ପାଣି ଟ୍ୟାଙ୍କର ମଧ୍ୟମ ରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପଜିଲ୍ଲାପାଳଙ୍କ ଠୁ ପ୍ରତିଶ୍ରୁତି ପାଇବା ପରେ ମହିଳା ମାନେ ନିଜ ଗାଁ କୁ ଫେରିଥିଲେ।
ରାଜ୍ୟ
ପାଣି ସମସ୍ୟା କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା।
- Hits: 407