ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଯୁବତୀଙ୍କ ଫ୍ୟାନରେ ଝୁଲନ୍ତା ଅଵସ୍ଥାରେ ମୃତ ଦେହ ଉଦ୍ଧାର କରିଛି ଟାଉନ ପୋଲିସ । ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି। ମୃତ ଯୁବତୀ ଜଣକ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଂଗୀତ ପୃଷ୍ଟି ବୋଲି ଜାଣିବାକୁ ମିଳିଛି । ସେ ଏହି ଭଡା ଘରେ ୩ ଜଣ ରୁମ ମେଟଙ୍କ ସହ ଦୀର୍ଘ ଦିନ ରହି ଆସୁଥିଲେ। ରଜ ପାଇଁ ସମସ୍ତେ ଘରକୁ ପଳେଇ ଯାଇଥିବା ବେଳେ ସଂଗୀତା ଏକୁଟିଆ ରହୁଥିଲେ। ସେ ଏଠାରେ ରହି ଭଦ୍ରକରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଵେଳେ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିଲେ । ଗତକାଲି ଅପରାହ୍ନ ଗାଧେଇ ଖାଇ ପିଇ ରୁମରେ ରହିଥିବା ବେଳେ ସଂଧ୍ୟା ଵେଳେ ଭିତର ପଟୁ କବାଟ ନ ଖୋଲିଵାରୁ ଘର ମାଲିକର ସନ୍ଦେହ ହୋଇଥିଲା। ଯେତେ ଡାକ ପକାଇଥିଲେ ମଧ୍ୟ କବାଟ ଖୋଲି ନଥିଲେ । ସ୍କାଇ ଲାଇଟ ବାଟେ ଦେଖିବା ବେଳକୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଟାଉନ ପୋଲିସ ଖଵର ପାଇ ମୃତ ଦେହ ଉଦ୍ଧାର କରିଥିଲା। ପରିବାର ଲୋକଙ୍କ ଅଭିଯୋଗ ଯେ ପ୍ରେମରେ ନିର୍ଯ୍ୟାତିତ ହୋଇ ତାଙ୍କ ଝିଅ ଏଭଳି ଘଟାଇଛି। ଭଦ୍ରକ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା 48/21 ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ରାଜ୍ୟ
ରଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
- Hits: 317
