ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ "ବିଶ୍ୱ ରକ୍ତଦାତା ଦିବସ" କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ତ୍ଵାଧାନରେ ନୂଆଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର , ବିଭିନ୍ନ ଗ୍ରାମରେ ତଥା ନୂଆଗଡ଼, ତରଭା , ସମ୍ବଲପୁର , ତାବରଡା , କେରେଡ଼ାଙ୍ଗ , ବେତାରସିଂ ପ୍ରଭୃତି ଗ୍ରାମରେ "ବିଶ୍ୱ ରକ୍ତଦାତା ଦିବସ"ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ମୁଖ୍ୟତଃ ରକ୍ତଦାନ ମହାପୁଣ୍ୟ , ରକ୍ତ ଦାନ କରି ଅନ୍ୟର ଜୀବନର ସ୍ପନ୍ଦନକୁ ଜାରି ରଖିବାରେ ଥାଏ ଅପୁର୍ବ ଆନନ୍ଦ , ଏମିତି ଅନେକ ଜୀବନର ସ୍ପନ୍ଦନ ମିଶି ବିଶ୍ୱ ଆଜି ସ୍ପନ୍ଦିତ ହୋଇଛି।
ରକ୍ତଦାନ କରି ଆମ ବିଶ୍ୱର ସ୍ପନ୍ଦନକୁ ଜାରି ରଖିବା ଆଉ ରକ୍ତ ଲାଗି ଅକାଳରେ ଝରି ପଡୁଥିବା ଜୀବନକୁ ରକ୍ଷା କରିବା ଏହିଭଳି ସଚେତନତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର.ସ୍ୱାଗତ ରଥ , ଡାକ୍ତର.ସୁନୀଲ ମାଝୀ , ସୁପର ଭାଇଜର ନକୁଳ ରାଉଳ , ଗୀତା ପଟ୍ଟନାୟକ , ମିନା ଦେବୀ, ଶିବ ଶଙ୍କର ଭୂୟାଁ , ସ୍ୱାସ୍ଥ୍ୟକର୍ମୀ ତୁଷାର ନାୟକ , ବି ଅରୁଣା , ସଂନ୍ଧ୍ୟାରାଣୀ ଚୌଧୁରୀ , ସୁମିତ୍ରା ରଇତ , ଆଶା କର୍ମୀ ବିଜୟଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ମମତା ପାଇକ, ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବର , ରୀତାଞ୍ଜଳି ସାହୁ , ରୀନା ବଡ଼ ରଇତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।