ରାୟଗଡ/ ସରୋଜ ସାହୁ- ନୀତି ଆୟୋଗଙ୍କ ମାନଦଣ୍ଡ ଅନୁଯାୟୀ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପୁଷ୍ଟିକରଣ, ଶିକ୍ଷା, କୃଷି ଓ ଜଳସେଚନ, ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ, ମୌଳିକ ଭିତିଭୂମି ଆଧାରରେ ପ୍ରସ୍ତୁତି ହେଉଥିବା ନୂତନ ସୂଚୀରେ ଆମ ରାୟଗଡ ଜିଲ୍ଲାକୁ ସଫଳତା ମିଳିଛି l ଓଡିଶାରୁ 10ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ନିଆଯାଇଛି l ସେଥି ମଧ୍ୟରୁ ନବରଙ୍ଗପୁର ଓଡିଶାରୁ ସର୍ବଶ୍ରେଷ୍ଠ ଜିଲା ଭାବେ ପ୍ରଥମେ ସ୍ଥାନରେ ରହିଥିବା ବେଳେ ରାୟଗଡ ଜିଲ୍ଲା ଦ୍ଵିତୀୟ ସ୍ଥାନରେ ରହିଛି l ବିଭନ୍ନ ଜିଲାରୁ ନିଆଯାଇଥିବା ରିପର୍ଟ ଆଧାରରେ କେନ୍ଦ୍ରସରକାରଙ୍କ ନୀତି ଆୟୋଗଙ୍କ ଦ୍ୱାରା ବର୍ଗୀକରଣ କରାଯାଇ ସୂଚକlଙ୍କ ପ୍ରକାଶ କରାଯଇଥାଏ l ସେହି ଅନୁଯାଇ ଗତକାଲି ତା 11/06/21 ରେ ପ୍ରକାଶିତ ସୂଚକlଙ୍କ ଅନୁଯାଇ ରାୟଗଡ଼ ଜିଲ୍ଲା ତାହାର ସୂଚକlଙ୍କରେ ସର୍ବଭାରତୀୟ ସ୍ଥରରେ 16ନମ୍ବର ସ୍ଥାନରେ ରହୁଥିବାବେଳେ ଓଡ଼ିଶାର ଦଶଟି ଜିଲା ମଧ୍ୟରୁ ଦ୍ଵିତୀୟ ସ୍ଥାନରେ ରହିଛି l ନୀତି ଆୟୋଗଙ୍କ 112ଟି ଆକାଂକ୍ଷ୍ୟା ଜିଲାରୁ ସର୍ବଶ୍ରେଷ୍ଠ 20ଜିଲ୍ଲା ମଧ୍ୟରୁ ରାୟଗଡ଼ ଜିଲ୍ଲା 16 ରାଙ୍କ ଥିବାରୁ ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ନିଜର ଟ୍ୱିଟ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି l
ନୀତି ଆୟୋଗଙ୍କ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାୟଗଡ ଜିଲା ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି l ବିଶେଷ କରି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଓ ପୁଷ୍ଟିକରଣ କାର୍ଯ୍ୟକ୍ରମରେ ଉଲେଖନିୟ ସଫଳତା , ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ମାନଙ୍କରେ ପାଇଖାନା ନିର୍ମାଣ ଓ ବିଦ୍ୟୁତକରଣ, ଜିଲାର କୃଷି ଓ କୃଷକ ମାନଙ୍କ ବିକାଶ ନିମନ୍ତେ କୃଷି ଓ ସହଯୋଗୀ ବିଭାଗ ତରଫରୁ ଓ ଜଳସେଚନ ବିଭାଗ ତରଫରୁ ଜିଲାରେ ଉଲେଖନୀୟ ସଫଳତା, ଆର୍ଥୀକ ଓ ଜୀବନ ଜୀବିକା ବିକାଶ ନିମନ୍ତେ ଦକ୍ଷତା ଓ ଆର୍ଥିକ ଅନର୍ଭୁକ୍ତିକରଣ ବିଶେଷ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ମୌଳିକ ଭିତିଭୂମି କ୍ଷେତ୍ରରେ ବିଶେଷ ଅଗ୍ରଗତି କରିଥିବାରୁ ଏହି ସଫଳତା ମିଳିଛି l