ବାରିପଦା(ଦିଲ୍ଲୀପ ମହାନ୍ତି)-:- ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟରେ ବର୍ତ୍ତମାନର ବିଶ୍ବରେ ବିଶ୍ୱବାସୀ ପ୍ରତିଦିନ ଏକ ନୂଆ ବିପଦର ସମ୍ମୁଖୀନ ହେଉଥିବା ବେଳେ ଟବାକୋ ଏକ ଚିରସ୍ଥାୟୀ ରାକ୍ଷସ ଭଲି ଛିଡା ହେଇଛି ଏବଂ ପ୍ରତି ବିପଦ କୁ ଅତି ସାହସ ଓ ନିସ୍ୱାର୍ଥତା ର ସହ ଏଡ଼ାଇ ଚାଲିଥିବା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ ଏଥି ପ୍ରତି ମଧ୍ୟ ଚିନ୍ତାଶୀଳ। ସେହିପରି ଅନଲାଇନ୍ ମିଟିଂ ମାଧ୍ଯମ ରେ ବିଶ୍ୱବାସୀଙ୍କୁ ଏକ ଆହ୍ୱାନ ଦେବାର ପ୍ରୟାସ କରିଛି ଶ୍ରୀମା ମହିଳା ମହାବିଦ୍ୟାଳୟ ବାରିପଦାର ଏନ୍ଏସ୍ଏସ୍ ସେଲ। ଉକ୍ତ କାର୍ଯ୍ୟକ୍ରମ ପରିପେକ୍ଷୀ ରେ ଏକ ରଚନା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୁଦ୍ଧିଜୀବୀ ଅତିଥି ମାନଙ୍କ ଆତିଥ୍ଯ ରେ ସଭା ସାଫଲ୍ଯ ମଣ୍ଡିତ ହୋଇଥିଲା। ୱେବିନାର୍ ରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଡେପୁଟି ଜିଲ୍ଲାପାଳ ସୁଜୟ ପତି ଟବାକୋ ବିରୋଧୀ କାର୍ଯ୍ୟକ୍ରମ ରେ ନିଜ ଭୁମିକା ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ଅନ୍ୟତମ ଅତିଥି ଡ଼ଃ ଚାରୁବାଳା ରଥ ଟବାକୋ ସେବନ ଦ୍ବାରା ହେଉଥିବା ରୋଗ ବିଷୟ ରେ ଧାରଣା ଦେଇଥିଲେ। ତାଙ୍କପରେ ଅନ୍ୟତମ ଅତିଥି ଡ଼ଃ ବିଭୁଦତ୍ତ ଦାସ ମଧ୍ୟ ସମସ୍ତଙ୍କୁ ଟବାକୋ ସେବନ ନ କରିବା ପାଇଁ ବିଭିନ୍ନ ଚିତ୍ର ମାଧ୍ୟମରେ ଦର୍ଶାଇ ଥିଲେ, ତାଙ୍କପରେ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତି ରଞ୍ଜନ ଦାସ ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋର୍ଡିନେଟର ଡ଼ଃ ଶୁଭେନ୍ଦୁ ଦାସ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନଟବର ଗିରି କାର୍ଯ୍ୟକ୍ରମ କୁ ଆରମ୍ଭ କରି ସମସ୍ତ ଙ୍କୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ମାନସୀରାଣୀ ବାରିକ ପରିଚାଳନା କରିଥିବାବେଳେ ରୁପାଲି ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଶ୍ରୀମା ମହିଳା ମହାବିଦ୍ୟାଳୟ ଏନଏସଏସ ତରଫରୁ ଟବାକୋ ମୁକ୍ତ ସଚେତନତା କାର୍ଯ୍ୟକ୍ରମ
- Hits: 333