ହେଡଲାଇନସ୍:

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ଗଣଧାରଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ)କରୋନା କାଳରେ ଖାଉଟିଙ୍କ ମହଙ୍ଗା ମାଡ଼ । ତୈଳଦର ହୁ ହୁ ହୋଇ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବି ବଢୁଛି । ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଗଣଧାରଣ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି, ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଅନ୍ୟପଟେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ ଭାରି ବାଧୁଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବଢିଥିବା ବେଳେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ଦାମ୍ ବି ଆକାଶ ଛୁଆଁ ହୋଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରିବା ସହ ଦରଦାମ ପ୍ରତ୍ୟାହାର ଦାବି କରିଛି କଂଗ୍ରେସ ।

0
0
0
s2sdefault