ବଲାଙ୍ଗୀର /ନିରୋଜ ମିଶ୍ର :ବଲାଙ୍ଗୀର ଜିଲ୍ଲା କଂଗ୍ରେସ ତରଫରୁ ଆଜି ସହର ମଧ୍ୟରେ ଥବା ସମସ୍ତ ପେଟ୍ରୋଲ ଡ଼ିଜେଲ ପମ୍ପ ଗୁଡ଼ିକରେ ଜିଲ୍ଲା କଂଗ୍ରେସ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର ମିଳିତ ଉଦ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେଉଁଥିରେ ଦିନକୁ ଦିନ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି।ଏବଂ ଉଭୟ ସରକାର ବୈମାତୃକ ମନୋଭାବ ରଖି ପ୍ରତ୍ୟକ୍ଷ ଦର୍ଶୀ ସାଜିଛନ୍ତି।ଅନ୍ୟପଟେ ମହାମାରୀ କରୋନା ଭାଇରାଷ୍ ର ଲଗଡାଉନ ସଟ ଡାଉନ ଯୋଗୁଁ ଲୋକଙ୍କ ସମସ୍ତ ବ୍ୟବସାୟ ଧୂଳିସାତ ହୋଇଯାଇଛି।ଓ ଜୀବନ ଜୀବିକା ଠପ ହୋଇପଡିଛି।ଏଭଳି ପରିସ୍ଥିତି ରେ ଉଭୟ ସରକାର ପେଟ୍ରୋଲ, ଡ଼ିଜେଲ ରନ୍ଧନ ଗ୍ୟାସ ଦର ବଢ଼ାଇବାରେ ମୁଖ୍ୟ ଭୂମିକା ନିର୍ବାହ କରି ସାଧାରଣ ଜନତା ଙ୍କୁ ଲୁଣ୍ଠନ କରିବାର ବ୍ୟସ୍ତବହୁଳତା ଦେଖାଉଛନ୍ତି।ଏବଂ ଶୋଷଣ ପ୍ରକିୟା ଜାରି ରଖିଛନ୍ତି।ଯାହା ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଓ ତାର ସମସ୍ତ ଶାଖା କତାହ ବରଦାସ୍ତ କରିବ ନାହିଁ ବୋଲି ମତ ରଖିଛି। ଯାହାକୁନେଇ ଆଜି ବଲାଙ୍ଗୀର ସହର ମଧ୍ୟରେ ଥବା ସମସ୍ତ ପେଟ୍ରୋଲ ଡ଼ିଜେଲ,ରନ୍ଦନ ଗ୍ୟାସ ଦର ବୃଦ୍ଧି ହାରକୁ ନେଇ ପ୍ରତିବାଦ କରିବା ସହ ଆନ୍ଦୋଳନ କୁ ଓଲ୍ଲାଇଛି।ଆଗାମୀ ଦିନରେ ଯଦି ଉଭୟ ସରକାର ଏଭଳି ରଣନୀତି ପ୍ରସ୍ତୁତ କରନ୍ତି ଏବଂ ଦର ଦାମ ହ୍ରାସ ଉପରେ ରୋକ ନ ଲଗାନ୍ତି। ତେବେ ଏହି ଆନ୍ଦୋଳନ ଭୟଙ୍କର ରୁପ ନେବା ସହ ପରିସ୍ଥିତି ଭୟାବହ ହେବ ଯାହା ଉଭୟ ସରକାର ଦାୟୀ ହେବେ ବୋଲି କଂଗ୍ରେସ ଜିଲ୍ଲା ସଭାପତି,ନଗର ସଭାପତି ଏବଂ କଂଗ୍ରେସ ଛାତ୍ର ସଭାପତି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସହର ମଧ୍ୟରେ ଥିବା ବିଭିନ୍ନ ସ୍ଥାନ ମଧ୍ୟରେଲାଗିଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଫୋଟୋ ଚିତ୍ର କୁ ଚିରିବା ସହ ତାଙ୍କ ଫୋଟୋ ଚିତ୍ର ରେ କାଲି ବୋଲି ଅସମ୍ମାନ ପଦର୍ଶନ କରିଥିଲେ। ତେବେ ଆଜିର ଏହି ଆନ୍ଦୋଳନ ରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମ୍ମୀ ସାମିଲ ଥିବାବେଳେ ପରିସ୍ଥିତି ଅଣାୟତ ରହିଥିବା ନଜର କୁ ଆସିଛି। ସେପଟେ କୌଣସି ଅପ୍ରୀତିକର ଘଟଣା ନ ଘଟିବା ପାଇଁ ପୋଲିସ ପ୍ରଶାସନ ର କଡାକଡି ପଦକ୍ଷେପ ଜାରି ରହିଥିବା ପରିଲକ୍ଷିତ ହୋଇଛି।
ରାଜ୍ୟ
ପେଟ୍ରୋଲ ଡ଼ିଜେଲ,ଓ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସର ଧାରଣା ସହ ଆନ୍ଦୋଳନ।
- Hits: 464