ହେଡଲାଇନସ୍:

ବସନ୍ତ ଶତପଥୀ ଥିଲେ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବସନ୍ତ ଶତପଥୀ ସାହିତ୍ୟ ସଙ୍ଗଠନର ନବଜନ୍ମ 

02-07-18-sahitya-.jpg - 64.92 kBବାରିପଦା(ଦିଲ୍ଲୀପ ମହାନ୍ତି )- କଥା ଶିଳ୍ପୀ ବସନ୍ତ କୁମାର ଶତପଥୀଙ୍କ ୧୦୬ତମ ଜନ୍ମ ଦିବସ ପାଳନ ଅବସରରେ ସ୍ଥାନୀୟ ବାଘଡ଼ାରୋଡ଼ ବାସଭବନ ପରିସରରେ ଶ୍ରୀଶତପଥୀଙ୍କ କ୍ଷୁଦ୍ରଗଳ୍ପରେ ମୟୂରଭଞ୍ଜର ଲୋକ ଜୀବନ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ  ଇଂ ଭାଗିରଥୀ ପରିଡ଼ା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ  ଗବେଷକ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼ଃ. ସୁଶାନ୍ତ କୁମାର ବଶା, ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଡ଼ଃ. ବିଚିତ୍ରାନନ୍ଦ ସାହୁ, ସମ୍ମାନୀତ ବକ୍ତା ଭାବେ ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇ ଶ୍ରୀ ଶତପଥୀ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ମତ ବକ୍ତ କରିଥିଲେ । ଏହି ଅବସରରେ ବସନ୍ତ ଶତପଥୀଙ୍କ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ବସନ୍ତ ଶତପଥୀ ସାହିତ୍ୟ ସଙ୍ଗଠନ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହିତ ଏହାର ଅଧ୍ୟକ୍ଷ ଭାବେ ଇଂଭାଗିରଥୀ ପରିଡ଼ା, ଉପସଭାପତି ଭାବେ ଡ଼ଃ ସୁଶାନ୍ତ କୁମାର ବଶା, ସମ୍ପାଦକ ବିଚିତ୍ରାନନ୍ଦ ସାହୁ, ସହସମ୍ପାଦକ ଶଙ୍କର ଜେନା ଓ ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୋଳଗୋବିନ୍ଦ ମହାନ୍ତ ପ୍ରମୁଖ ଦାୟିତ୍ୱ ଭାର ଗ୍ରହଣ କରିଥିବା ସମୟରେ ସଦସ୍ୟ ସଦସ୍ୟା ଭାବେ ରାଜେନ୍ଦ୍ର ସାମଲ, ଗୀତାଞ୍ଜଳି କର, ଅଶୋକ କୁମାର ପଲେଇ, ଗୀତାରାଣୀ ସାହୁ, ଭୀମସେନ ମହାକୁଡ଼, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବେ ଡ଼ଃ. ସ୍ନେହଲତା ବେହେରା ଓ ଭଗବାନ ବେହେରା, ଉପଦେଷ୍ଟା ମଣ୍ଡଳୀ ମଧ୍ୟରେ ଡ଼ଃ ଅବନୀ କୁମାର କୁଣ୍ଡୁ, ଡ଼ା. କୁମୁଦ ରଞ୍ଜନ ରାଉତ, ଡ଼ଃ. ରାମଚନ୍ଦ୍ର ଦେଓ, ଡ଼ଃ. ଦମୟନ୍ତୀ ବେଶ୍ରା ପ୍ରମୁଖଙ୍କ ନାମ ରହିଥିବା ବେଳେ ସାଙ୍ଗଠନିକ ଉପାୟରେ ଶ୍ରୀ ଶତପଥୀଙ୍କ ବହୁମୁଖୀ ପ୍ରତିଭାର ଯୋଜନାବଦ୍ଧ ବିକାଶ ପାଇଁ ସମସ୍ତେ ଆନ୍ତରିକତାର ସହିତ କାର୍ଯ୍ୟକରିବେ ବୋଲି ମତ ପ୍ରଦାନ କରିଥିଲେ ବୋଲି ବିଚିତ୍ରାନନ୍ଦ ସାହୁ ଏକ ପ୍ରେସ ଇସ୍ତାହାରେ ସୂଚନା ଦେଇଛନ୍ତି ।

0
0
0
s2sdefault