ହେଡଲାଇନସ୍:

୧ଠଠ ଟପିଲାଣି ତୈଳଦର : ଉତ୍ତରଦାୟୀ ରହିବ ଏନ୍ଡିଏ ସରକାର- ଶ୍ରୀ ଦାସବର୍ମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"୨ଠ୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢ଼ୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । ଏପରିକି ୨ଠ୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଦରଦାମ୍ ନିୟନ୍ତ୍ରଣରେ ସରକାରର ବିଫଳତାକୁ ପ୍ରସଙ୍ଗ କରି ତମ୍ବିତୋଫାନ କରାଯାଉଥିଲା। ‘ଆମେ ଆସିଲେ ଦରଦାମ୍ ନିୟନ୍ତ୍ରଣ କରିବୁ’, ‘ଆମ୍ ଜନତାର ସରକାର ହେବ’ ଭଳି ବିଭିନ୍ନ ସ୍ଲୋଗାନ୍ ଦେଇ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ବିଜେପି ସରକାରରେ ଏବେ ଦରଦାମ୍ ନିୟନ୍ତ୍ରଣ ବାହାରେ । ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଛି ।" 

ଭୁବନେଶ୍ୱର (ଶାସକ ପ୍ରଶାସକ): କରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି । ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଭୟଙ୍କର ମାନ୍ଦାବସ୍ଥା ଲାଗି ରହିଛି । ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି । ସାଧାରଣ ଜନତାଙ୍କ ପକେଟ୍ ଖାଲି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ବଦଳରେ କୁଠାରଘାତ କରାଯାଉଛି । ବାରମ୍ବାର ତୈଳ (ପେଟ୍ରୋଲ୍ ଓ ଡିଜେଲ) ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ।

ଏକ ପ୍ରେସ୍ ବିବୃତ୍ତି ଜରିଆରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍ର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି । ଜନସାଧାରଣ ଏବେ ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ହେଲେ ଏଥିପ୍ରତି ଆଦୌ ଦୃଷ୍ଟି ନାହିଁ । ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ୍ ଲିଟର ପିଛା ଦର ୧ଠଠ ଟଙ୍କା ପାର୍ କରିସାରିଲାଣି । ଓଡ଼ିଶା ପୂର୍ବରୁ ଦେଶର ଅନ୍ୟ ସହରରେ ବି ପେଟ୍ରୋଲ ଦର ସେଞ୍ଚୁରୀ ମାରିସାରିଛି । ମାତ୍ରାଧିକ ଟିକସ ଯୋଗୁଁ ଦର ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି । କେବଳ ମେ’ ମାସରେ ୧୬ ଥର ତୈଳଦରରେ ପରିବର୍ତ୍ତନ ହୋଇଥିଲା । ଯଦି ହିସାବ କରାଯାଏ, ତାହେଲେ ମାତ୍ର ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି । ପେଟ୍ରୋଲ୍ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି । ପରିତାପର କଥା ଯେ, ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କରୋନା ଆଢ଼ୁଆଳରେ ଚପାଇ ଦିଆଯାଉଛି । ଦେଶର ପ୍ରମୁଖ ବିରୋଧୀ ଦଳ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଅସମ୍ଭବ ନୀରବତା ପ୍ରଦର୍ଶନ କରିବା ବିଡ଼ମ୍ବନାର ବିଷୟ । କିନ୍ତୁ ଏ ପ୍ରସଙ୍ଗ ଜୀବନ୍ତ । ଜନସାଧାରଣଙ୍କ ସ୍କ୍ରୁଟିନିରେ ଏହା ରହିଛି । ଆଗାମୀ ଦିନରେ ଏଥିପାଇଁ କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍ଡିଏ ସରକାର ଉତ୍ତରଦାୟୀ ରହିବ । ୨ଠ୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢ଼ୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । ଏପରିକି ୨ଠ୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଦରଦାମ୍ ନିୟନ୍ତ୍ରଣରେ ସରକାରର ବିଫଳତାକୁ ପ୍ରସଙ୍ଗ କରି ତମ୍ବିତୋଫାନ କରାଯାଉଥିଲା ।

‘ଆମେ ଆସିଲେ ଦରଦାମ୍ ନିୟନ୍ତ୍ରଣ କରିବୁ’, ‘ଆମ୍ ଜନତାର ସରକାର ହେବ’ ଭଳି ବିଭିନ୍ନ ସ୍ଲୋଗାନ୍ ଦେଇ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ବିଜେପି ସରକାରରେ ଏବେ ଦରଦାମ୍ ନିୟନ୍ତ୍ରଣ ବାହାରେ । ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଛି । ଗତ କେନ୍ଦ୍ର ବଜେଟ୍ରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଭାବେ କୃଷି ଭିତ୍ତିଭୂମି ଉନ୍ନତିକରଣ ସେସ୍ ଲଦି ଯାଇଛି । ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଏହାର ପ୍ରଭାବ ତୈଳଦର ଉପରେ ପଡ଼ିବନି । କିନ୍ତୁ ବାସ୍ତବରେ ଏହା ଥିଲା ଜନସାଧାରଣଙ୍କୁ ପ୍ରତାରଣା । କାରଣ ପ୍ରତିଦିନ ଏବେ ତୈଳଦର ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ୍ ପ୍ରତ୍ୟାହାର କଲେ ଦର କମିବ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି । ନଚେତ୍ ଜନସାଧାରଣ ଏହାର ଜବାବ୍ ଉଚିତ୍ ସମୟରେ ଦେବେ ।

 

0
0
0
s2sdefault