ହେଡଲାଇନସ୍:

ବିପଦର ବନ୍ଧୁ ସାଜି ଅସହାୟଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି ପ୍ରଶାସନିକ ଅଧିକାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଳାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଳାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଳାବନ୍ଦ ଯୋଗୁଁ ଗରିବ ଲୋକମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ଅସହାୟଙ୍କ ବିପଦର ବନ୍ଧୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ ତଥା ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ମହେନ୍ଦ୍ର ବଢେଇ । ଶ୍ରୀ ବଢେଇଙ୍କ ଟାଲ ଅଞ୍ଚଳର ଯୁବଗୋଷ୍ଠୀ ମାନଙ୍କ ସହଯୋଗରେ  ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଯେମତି କି ଚାଉଲ,ଡାଲି,ଚିନି,ଚୁଡା,ବିସ୍କୁଟ, ଆଲୁ ଓ ପିଆଜ ଯୋଗାଇ ଦେବା ସହ କରୋନାରୁ କିପରି ରକ୍ଷା ପାଇ ପାରିବେ ସେ ନେଇ ସଚେତନ ବାର୍ତ୍ତା ଦେଉଛନ୍ତି । ଆଜି ଏହି ଯୁବଗୋଷ୍ଠୀ ଆଜି ପଦ୍ମପୁର ବ୍ଳକ ଦହିତା ପଞ୍ଚାୟତର ଦହିତା, ଶାନ୍ତିପୁର,ବିଜାମାଲ,ସର୍ଗିପାଲି,ଭାଲୁଡୁଙ୍ଗୁରୀ ଏବଂ ଦହିଗାଁ ପଞ୍ଚାୟତର ଦହିଗାଁ,ଦର୍ଲିଗୁଡା,ବୁବୁଡା,ବ୍ରାହ୍ମଣଡିହି,ତେନ୍ତଲିଖୁଣ୍ଟିର ଶହ ଶହ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଣ ଦେଇଛନ୍ତି । ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇଙ୍କ ଏହି ମହାନୀୟତାକୁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି।

0
0
0
s2sdefault