ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷାବେଳେ ସାଂସଦ କଲିକେଶଙ୍କ ତାଗିଦ, ବାଇପାସ ଉପରେ ବିଶେଷ ଗୁରୁତ୍ୱ
ବଲାଙ୍ଗୀରରୁ ନୀରୋଜ ମିଶ୍ର : କିଛିଦିନ ତଳେ ବଲାଙ୍ଗୀରର ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ବଲାଙ୍ଗୀରର ବିକାଶ ପାଇଁ ସେମାନଙ୍କ ମତାମତ ଲୋଡିବା ପରେ ତାହାରି ଆଧାରରେ ଜିଲ୍ଲାପାାଳ ଓ ଅନ୍ୟ ଜିଲ୍ଲା ଅଧିକାରୀମାନଙ୍କ ଏକ ଜରୁରୀ ସମୀକ୍ଷା ବୈଠକ ଡକାଇଥିଲେ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗୀରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ପ୍ରଗତି କଣ, କଣ କଲେ ତାହା ତୁନ୍ତ ପୂର୍ଣ୍ଣାଙ୍ଗ ହୋଇ ଲୋକଙ୍କ ସେବାରେ ଲାଗିପାରିବ ଆଉ ଲୋକକଲ୍ୟାଣ ପ୍ରକଳ୍ପ ଗୁଡିକ ବିଳମ୍ବ ହେବା ତଥା ଯେଉର୍ମାନଙ୍କ ଦାୟିତ୍ୱହୀନତା ପାଇଁ ପ୍ରକଳ୍ପ ବିଳମ୍ବି୍ତ ହୋଇ ଳୋକଙ୍କ କାମରେ ଲାଗିପାରୁନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ନିର୍ଦ୍ଦେଶ ବା ପରାମର୍ଶ ଦେଇଥିଲେ ।
ସ୍ଥାନୀୟ ସାର୍କିଟ ହାଉସଠାରେ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ତତ୍ତ୍ୱାବଧାନରେ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ଓ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଆୟୋଜତି ହୋଇଯାଇଅଛି । ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଜଳଯୋଗାଣ, ସଡକ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ଜିଲ୍ଲା ଜଳ ଓ ପରିମଳ, ପୁର୍ତ୍ତ ବିଭାଗ ,ବଲାଙ୍ଗିର ନିର୍ବାଚନ ମଣ୍ଢଳୀର ସଦର ବ୍ଲକ୍ ଓ ଦେଓଗାଁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପି.ଡି. ଡି.ଆର.ଡି.ଏ, ଉପଜିଲ୍ଲାପାଳ . ତଥା ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ନଥିପତ୍ର ଧରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ଆର୍ଥୃକ ବର୍ଷରେ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରି ଖୁବ ଶୀଘ୍ର ସରକାରଙ୍କୁ ୟୁ.ସି. ଦାଖଲ କରିବା ପାଇଁ ସାଂସଦ ସମସ୍ତ ଅଧିକାରୀମାନଙ୍କୁ ତାଗିତ କରିଥିଲେ ।
ରାଜେନ୍ଦ୍ର ମହାବିଦ୍ୟଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଯୋଉଁ ସବୁ ଭିତ୍ତିଭୁମିର ଆବଶ୍ୟକତା ରହିଛି ତାହାର ଏକ ଆକଳନ ପ୍ରସ୍ତୁକରି ରାଜ୍ୟ ପୂର୍ତ୍ତ ବିଭାଗରେ ଦାଖଲ କରିବା ପାାଇଁ ସାଂସଦ କଳିକେଶ ନାରାୟଣ ସିଂଦେଓ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ୟୁଯି.ସି. ତରଫରୁ ସାଂସଦଙ୍କ ପ୍ରଚେଷ୍ଟାରେ ପ୍ରଥମ ପର୍ଯ୍ୟୟର ଅର୍ଥ ମଞ୍ଜୁର ହୋଇଯାଇଅଛି । ବଲାଙ୍ଗିରରେ ଚାଲୁଥିବା ବାଇପାସ ଏବଂ ରିଙ୍ଗ୍ ରୋଡ କାମର ମଧ୍ୟ ସମୀକ୍ଷା କରିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ । ପ୍ରକାଶ ଥାଉ କି ସାଂସଦ ଗତ ୨୪ ତାରିଖରେ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ୍ ସଙ୍ଗଠନ, ଗୋଷ୍ଠୀ , ବୁଦ୍ଧିଜବୀ ଓ ଯୁବ ସ୍ବେଛାସେବୀଙ୍କ ସହ ଆଲୋଚନା କରି ଏ ଦିଗରେ ସେମାନଙ୍କ ମତାମତ ଲୋଡିଥିଲେ । ବିଶେଷକରି ବାଇପାସ ରାସ୍ତାର ଜମି ଅଧିଗ୍ରହଣ ପାଇଁ ଦିଆଯାଇଥିବା ବର୍ଦ୍ଧିତ ଅଟକଳର ଜମିମୂଲ୍ୟାୟନରେ କିଛି ଚଞ୍ଚକତା କଥା ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ତାର ତଦନ୍ତ ପାଇଁ ନିଦେ୍ର୍ଧଶ ଦେବା ସହ ବାଇପାସ ରାସ୍ତାର କେଉଁ ଅଞ୍ଚଳର ଜମିର ମୂଲ୍ୟାୟନରେ ଜାଲିଆତି କରାଯାଇ ମୂଲ୍ୟାୟନ ପ୍ରସ୍ତୁତ ହୋଇଥିଲା ସେହି ଉପଭୋକ୍ତାମାନଙ୍କର ଏକ ବିଶଦ ବିବରଣୀ ଉପସ୍ଥାପନ କରିବା ପାଇଁ ଏନ.ଏଚ୍. ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଚଞ୍ଚକତା ପାଇଁ କେନ୍ଦ୍ର ଏହି ପ୍ରସ୍ତାବକୁ ଫେରାଇଦେଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଯେଉଁ ମାନେ ଏଥିରେ ସଂଶ୍ଲିଷ୍ଟ ସେମାନଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ର ଆଦେଶ ଦେଇଥିଲେ । ଏହାର ତୁରନ୍ତ ସଂଶୋଧନ କରି ପ୍ରସ୍ତାବକୁ ପ୍ରସ୍ତୁତ କରି ବାଇପାସ କାମକୁ ଶିଘ୍ର ତ୍ୱରାନ୍ୱିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଶଳ କଳା ମଣ୍ଡପ ଠାରେ ଏକ ସାଂସ୍କୁୃତିକ ଅଡିଟୋରିୟମ ତଥା ଏକ କ୍ରୀଡା ଗୃହ ନିର୍ମାଣ ପାଇଁ ୯ କୋଟି ୫୫ଲକ୍ଷ ୩୪ ହଜାର ଟଙ୍କାର ଏକ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି ଯାହାକି ଖୁବ ଶିଘ୍ର ମଞ୍ଜୁର ହେବ ବୋଲି ସାଂସଦ ଜଣାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ଭୁତିଆର ବାହାଲରୁ ଧଣ୍ଡାମାଳ ରାସ୍ତା ନିମ୍ନମାନର ହୋଇଥିବାର ସେଠାରେ ଉପସ୍ଥିତ ଥିବା ଯୁବନେତା ଅର୍କେଶ ନାରାୟଣ ସିଂଦେଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତା ପ୍ରତି ଉତ୍ତରରେ ସାଂସଦ ଆସନ୍ତା ଜୁଲାଇ ୬ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପୁର୍ତ୍ତ ବିଭାଗର ସମନ୍ୱୟରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଚନ୍ଦନଭାଟିରେ ନିର୍ମିତ ଓଭରହେଡ ଟ୍ୟାଙ୍କ ଅତ୍ୟନ୍ତ ନିମ୍ନମାନର ହୋଇଥିବା କଥା ସାଂସଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ ବଞ୍ଚିତ ହେଉଥିବା କଥା କିଛି ଲୋକ ଅଭିଯୋଗ କରିଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାମ ଧିମେଇ ଯାଇଥିବା ହେତୁ ସାଂସଦ କ୍ଷୁବ୍ଧ ହୋଇ ଅଧାପନ୍ତରିଆ କାମ ଗୁଡିକୁ ଶିଘ୍ର କରିବା ପାଇଁ ତାଗିଦ୍ କରିଥିଲେ । ମିର୍ଦ୍ଧାପାଲି, ବରକାନୀ ଏବଂ ସଦାଇପାଲିକୁ ସଂଯୋଗ କରୁଥିବା ଜଳ ଯୋଗାଣ ସଦାଇପାଲିର ପମ୍ପ ହାଉସ ସଠିକ ଭାବରେ ପରିଚାଳିତ ହୋଇପାରୁନଥିବା କଥା ମଧ୍ୟ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଦ୍ୟୁତ ବିଭାଗ ତରଫରୁ ଚାଲିଥିବା ବିପିଲ ଲାଇନ ସଂଯୋଗିକରଣ ଓ ଏଲ. ଏଣ୍ଡ. ଟି ତରଫରୁ ସହରାଞ୍ଚଳରେ ଚାଲିଥିବା ନୁତନ ବିଦ୍ୟୁତୀକରଣ ସୁଚାରୁରୁପେ ପରିଚାଳନା କରିବାକୁ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବସ ଟର୍ମିନାଲ ନିର୍ମାଣ କାମ ସମିକ୍ଷା କରି ସାଂସଦ ଖୁସି ପ୍ରକଟ କରିଥିଲେ । ଲୋୟର ସୁକତେଲର ଜମି ଅଧିଗ୍ରହଣ ପ୍ରକ୍ରୀୟାକୁ ଯଥା ଶିଘ୍ର ସମ୍ପୁର୍ଣ୍ଣ କରି ହିତାଧିରକାରୀଙ୍କ କ୍ଷତିପୁରଣ ଏବଂ ଥଇଥାନ କରିବାପାଇଁ ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରକଳ୍ପକୁ ସମୟ ସୀମା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିବା ହେତୁ ତାଙ୍କ ଉପରେ କ୍ଷୁବ୍ଧ ହୋଇ ସାଂସଦ ଏବଂ ଜିଲାପାଳ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ କିଂକର୍ତ୍ତବ୍ୟ ବିମୁଢ ହୋଇଥିଲେ । ଏହି ସମିକ୍ଷା ବୈଠକରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ସଭ୍ୟ ଶୁଶିଳ ଚାନ୍ଦ, ସତ୍ୟ ଭୋଇ, ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ମୁରିବାହାଲ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ସମେତ ବ୍ଲକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।