ହେଡଲାଇନସ୍:

କୋଭିଡ଼ ପରୀକ୍ଷା ନାମରେ ଠକେଇ, ପାଥୋଲୋଜି ସିଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର -  କରୋନା ଆତଙ୍କିତ ଲୋକଙ୍କୁ କେଉଁଠି ଅକ୍ସିଜେନ ବା ରେମଡେସିଭର ଔଷଧ ଖୁବ୍ ଚଢା ଦରରେ ବିକ୍ରି ଖବର ତ କେଉଁଠି ପୋଜିଟିଭ ରୋଗୀଙ୍କୁ ଆମ୍ବୁଲାନସ ଡ୍ରାଇଭର ମନ ଇଛା ଲୁଟୁଥିବା ଖବର ଗଣମାଧ୍ୟମରେ ଆସୁଛି । ଗତକାଲି ବଲାଙ୍ଗୀର ଠାରେ ଏକ ପାଥୋଲେବ କୋଭିଡ ପରୀକ୍ଷା ନାମରେ ଲୁଟୁଥିବା ଜାଣି ପ୍ରଶାସନ ସିଲ କରିବା ସହ ମାଲିକକୁ ଅଟକ ରଖିଛି । ଆଣ୍ଟିଜେନ ଟେଷ୍ଟ ଓ ଆରଟିପିସିଆର ଟେଷ୍ଟ ବାବଦକୁ ୨୦୦ ଓ ୮୦୦/ଟଙ୍କା ନେଇଥିବା ଜଣାପଡିଛି। ତହସିଲଦାର ମଘବାନ ବାଗଙ୍କ ନେତୃତ୍ବରେ ଟାଉନ୍ ଥାନା ପୋଲିସ୍ ଚଢାଉ କାରି ଟିମକୁ କୋଭିଡ ପରୀକ୍ଷା ପାଇଁ ଲ୍ୟାବକୁ ଅନୁମତି ଥିବା ମାଲିକ କହିଥିବା ବେଳେ କାଗଜ ପତ୍ର ଦେଖାଇ ପାରି ନ ଥିବା ଜଣାପଡିଛି।

0
0
0
s2sdefault