ହେଡଲାଇନସ୍:

 ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ଦଳମତ ନିର୍ବିଶେଷରେ ବିରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଷ୍ପତ୍ତି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ତୀବ୍ର ରୂପ ନେବ ଜନ ଅସନ୍ତୋଷ 

ବରଗଡ :ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳରେ ଚଳିତ ଥର ବିଦେଶୀ ମଦ ଦୋକାନ ଲିଜରେ ପାଇଥିବା ଜେ ପି ଅଗ୍ରୱାଲ , ଜନସାଧାରଣ ଙ୍କର ଭାବାବେଗ ସହିତ ଖେଳି ପାଇଥିବା ମଦ ଦୋକାନକୁ ଓଡ଼ିଶା ସରକାର ଙ୍କର ବିଜୁ ଏକ୍ସପ୍ରେସ ୱେ କୁ ଲାଗି ଖୋଲିବାକୁ ଯାଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ନୂଆପଡା ରାସ୍ତାର ,ପାଇକମାଲ ଓ ସାଲେପାଲି ମଝିରେ ଖୋଲିବାକୁ ଥିବା ଏହି ଦୋକାନକୁ ଏବେ ପାଇକମାଲ ଅଂଚଳବାସୀ  ଦଳମତ ନିର୍ବିଶେଷରେ ବିରୋଧ କରୁଛନ୍ତି । ମୁଖ୍ୟ କାରଣ ହେଲା , ଏହି ଦୋକାନ ଜନବସତି ମଝିରେ ରହିଛି , ବିଜୁ ଏକ୍ସପ୍ରେସ ୱେକୁ ସମ୍ପୂର୍ଣ୍ଣ ଭାବରେ ଲାଗିଛି | ସବୁଠାରୁ ମୁଖ୍ୟ କଥା ହେଲା ଏହି ଦୋକାନରୁ ମାତ୍ର କିଛି ଦୂରରେ ବିନ୍ଧ୍ୟ ବାସିନୀ ମହାବିଦ୍ୟାଳୟ , ଯମୁନା କନ୍ଧୁଣି ବାଳିକା ବିଦ୍ୟାଳୟ ଓ ଜିଲ୍ଲାର ଏକମାତ୍ର ଜବହାର ନବୋଦୟ ବିଦ୍ୟାଳୟ ଅବସ୍ଥିତ । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଶହଶହ ଛାତ୍ରଛାତ୍ରୀ ଯିବା ଆସିବା କରନ୍ତି । ଏହି ସ୍ଥାନରେ ମଦ ଦୋକାନ ଖୋଲିବା ଦ୍ୱାରା ମଦ୍ୟପ ମାନଙ୍କର ପ୍ରଭାବ ବଢିବା ସହିତ ଆଗାମୀ ଦିନରେ ଅନେକ ପ୍ରକାର ଗଣ୍ଡଗୋଳ ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକ । ଗତକାଲି ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବିନାରାୟଣ ସାହୁ ଏହି ପ୍ରସ୍ତାବିତ ଦୋକାନକୁ ବିରୋଧ କରି ପାଇକମାଲ ତହସିଲଦାର ଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ  ଏକ ଜ୍ଞାପନ , ଦେଇଛନ୍ତି , ଏହା ସହିତ ନିକଟସ୍ଥ କଲୋନୀପଡା ବାସୀ ମଧ୍ୟ ଆଜି ପାଇକମାଲ ଥାନାରେ ଏହି ଦୋକାନ କୁ ନେଇ ଅଭିଯୋଗ କରିଛନ୍ତି । ଏହି ଦୋକାନ ଖୋଲାଗଲେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଏହାକୁ ଦୃଢ଼ ପ୍ରତିବାଦ କରାଯିବ ବୋଲି ପାଇକମାଲ ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର କହିଛନ୍ତି ।

ସେହିଭଳି ଏହି ପ୍ରସ୍ତାବିତ ଦୋକାନ କୁ ଅଧିକାରୀ ମାନେ କିଭଳି ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ଏହି ଦୋକାନ ବିରିଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଥିଲେ । ବିଜେପିର ଜିଲ୍ଲା ଉପସଭାପତି ଶ୍ରୀ ସରୋଜ କୁମାର ସାମଲ କହିଛନ୍ତି ଯେ ଦୋକାନ ଖୋଲିବ ଦ୍ୱାରା ଏହି ପଡ଼ା ବାସୀ ତଥା ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକ ଅସୁରକ୍ଷିତ ହୋଇ ପଡିବେ । ତେଣୁ  ଆଗାମୀ ଦିନରେ ଏହି ଦୋକାନ ଖୋଲାଗଲେ ଏହାକୁ ସବୁସ୍ତରରେ ତୀବ୍ର ବିରୋଧ କରାଯିବ । 

ଜନସାଧାରଣ ଙ୍କର ହିତ ଓ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଜୁ ଏକ୍ସପ୍ରେସ ୱେ କୁ ଲାଗି ଖୋଳାଯିବାକୁ ଥିବା ଏହି ଦୋକାନକୁ ଅଂଚଳର ଜନସାଧାରଣ ଏକସ୍ୱରରେ ବିରୋଧ କରୁଥିବା କରଣକୁ ପ୍ରଶାସନ ଏହି ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଖୁବ ଶୀଘ୍ର ନିଷ୍ପତ୍ତି ଗ୍ରହଣ ନକଲେ ଆଗାମୀ ଦିନରେ ଜନ ଅସନ୍ତୋଷ ଯେ ତୀବ୍ର ରୂପ ଧାରଣ କରିବ ,ଏଥିରେ ସନ୍ଦେହ ନାହିଁ ।

0
0
0
s2sdefault