ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲା ସହ ରାଜ୍ୟରେ ମେ ୫ ରୁ ମେ ୧୯ ଅପରାହ୍ନ ୫ ଟା ପ୍ରଯନ୍ତ ସମ୍ପୂର୍ଣ୍ଣ "ଲକ ଡାଉନ" ଜାରି ରହିବ। ତେବେ ସୂଚନା ଅନୁସାରେ ସାରା ଦେଶ ସହ ଜିଲ୍ଲା ଓ ରାଜ୍ୟ ଗୁଡିକରେ ହୁଁ ହୁଁ ହୋଇ କରୋନା ମହାମାରୀ ଭାଇରସ ତାର ଦ୍ୱିତୀୟ କାୟା ଦ୍ରୁତ ଗତିରେ ବିସ୍ତାର କରି ବଢି ବଢ଼ି ଚାଲିଛି। ଯାହା ଫଳରେ ବିଗତ କିଛି ଦିନ ବ୍ୟବଧାନରେ ବହୁ ସଂଖ୍ୟାରେ କରୋନା ଭାଇରସରେ ଆକ୍ରାନ୍ତହୋଇ ଚିକିତ୍ସିତ ରୋଗୀ ପ୍ରାଣ ହରାଉଛନ୍ତି। ଯେଉଁଥିରେ ଏହି ମହାମାରୀ କବଳରେ ନେତା ଠୁଁ ଆରମ୍ଭ କରି ସାମ୍ବାଦିକ,ଓ ସର୍ବସାଧାରଣ ଲୋକଙ୍କ ବହୁ ମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି।ତେବେ ଏହି କରୋନା ଭାଇରସ ପ୍ରଥମ ଲହର ଠୁଁ ଦ୍ୱିତୀୟ ଲହର ଭୟଙ୍କର ରୁପ ଧାରଣ କରିଛି।ଯାହାକୁ ନେଇ ଉଭୟ ସରକାର ସବୁ ପ୍ରକାର ଉଦ୍ୟମ ଓ ସାଧନ ଅବଲମ୍ବନ ଜାରି ରଖୁଥିବା ନଜର କୁ ଆସୁଛି।ସେହିପରି ସମାନ ଭାବରେ ଏହି ଘଡିସନ୍ଧି ମୁହୂର୍ତ୍ତରେ କେମିତି ଲୋକଙ୍କ ଜୀବନ ଜୀବିକା ସୁଚାରୁରୂପେ ଚାଲିବ ଓ ତା ସହିତ ଏହି ମହାମାରୀ କରୋନା ଭାଇରସ ଷ୍ଟ୍ରେନର ଚେନ ବ୍ରେକ କରାଯାଇପାରିବ ସେ ପ୍ରତି ମଧ୍ୟ ତପ୍ତରତା ଦେଖାଇ "ମେ" ମାସର ୫ ତାରିଖ ଠୁଁ ଆସନ୍ତା ୧୯ ତାରିଖ ପ୍ରଯନ୍ତ ସମ୍ପୂର୍ଣ "ଲଗ ଡାଉନ" ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ସଚେତନତା ର ବାର୍ତା ଦେବା ପାଇଁ ଉଭୟ ସରକାରଙ୍କ କଡ଼ାକଡ଼ି ନିର୍ଦେଶ ରହିଛି। ଯାହାକୁ ନେଇ ଆଜି ବଲାଙ୍ଗୀର ଜିଲ୍ଲା ପାଳ ଶ୍ରୀ ଚଞ୍ଚଲା ରାଣା ଓ ପୋଲିସ ପ୍ରଶାସନ ଅଧକ୍ଷ ଶ୍ରୀ ନିତିନ କୁଶଳକର ତାଗଡୁ ଙ୍କ ତତ୍ୱାବଧାନରେ ଜିଲ୍ଲା ପାଳଙ୍କ କାର୍ୟଲୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା।ଏବଂ ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ରାଣା ସରକାର ଙ୍କ ଗାଇଡ଼ଲାଇନ କୁ ଅଙ୍ଗେ ଅଙ୍ଗେ ପାଳନ କରିବାକୁ ଗଣମାଧମ ପ୍ରତିନିଧି ଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲେ।ତେବେ ଏହି ୧୪ ଦିନିଆ ଲଗଡାଉନ ମଧ୍ୟରେ ସପ୍ତାହନ୍ତ ଶନିବାର ଓ ରବିବାର ଦୁଇ ଦିନିଆ ସଟ ଡାଉନ ବଳବତ୍ତର ରହିବା ଭଳି ନିର୍ଦେଶ ଜାରି ରହିଛି।ସେହିପରି ଏହି ୧୪ ଦିନିଆ ଲଗଡାଉନ ରେ ଜନସାଧାରଣ ଯେମିତି ବଡ଼ ଆସିବିଧାର ସମ୍ମୁଖୀନ ନ ହୁଅନ୍ତି ତାକୁ ଗୁରୁତ୍ୱ ଦେଇ ନିଜ ନିଜ ଘରଠୁଁ ୫୦୦ମିଟର ବ୍ୟବଧାନରେ ଜରୁରୀକାଳୀନ ସାମଗ୍ରୀ ମଧ୍ୟ କିଣି ପାରିବେ ଓ ତା ପାଇଁ ଚାଲି ଚାଲି ଯିବାକୁ ପଡ଼ିବା ଭଳି ନିର୍ଦେଶ କଡ଼ାକଡ଼ି ଜାରି ହୋଇଛି।ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀଙ୍କ ମଧ୍ୟରେ ସମସ୍ତ ଔଷଧ ଦୋକାନ,କ୍ଷୀର, ବହି ଦୋକାନ ,ସିମେଣ୍ଟ, ଲୁହାଛଡ଼ ଦୋକାନ,ପୋଷ୍ଟ ଅଫିସ, ଖୁଲା ହେବା ସହ ସମସ୍ତ ସରକାରୀ ବେସରକାରୀ କାର୍ୟଲୟ ଗୁଡ଼ିକରେ ୫୦% କର୍ମଚାରୀ କାର୍ଯ୍ୟ ରେ ଯୋଗ ଦେବାର ଆଦେଶ ରହିଛି। ଓ ପାଣି ବିଭାଗ,ବିଦୂତ ବିଭାଗ,ଓ କୋଭିଡ଼ ବିଭାଗ ନିଜ ପ୍ରମାଣ ପତ୍ର ମାଧ୍ୟମରେ ନିଜ କାର୍ଯ୍ୟ କୁ ଜାତାଯାତ କରିବାଭଳି ଅନୁମତି ରହିଛି,ସେହିପରି ବିବାହ ଉତ୍ସବ ରେ ୫୦ଜଣ, ଅନ୍ତେଷ୍ଟି କ୍ରିୟାରେ ୨୦ ଜଣ ଙ୍କ ସମାଗମ ହେବାର ନିର୍ଦେଶ ରହିଥିବାବେଳେ ସେପଟେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଟିକାକରଣ ଚାଲିଛି ତାହା ବିନା ବାଧା ରେ ସୁଚାରୁରୂପେ ପରିଚାଳିତ ହେବାର ସୂଚନା ଦେଇଛନ୍ତି ଜିଲ୍ଲା ଜିଲ୍ଲାପାଳ ଚଞ୍ଚଲ ରାଣା। ଅନ୍ୟପଟେ ବଲାଙ୍ଗୀର ଆରକ୍ଷୀ ଅଧକ୍ଷ ନିତିନ କୁଶଳକର ତାଗଡୁ ମଧ୍ୟ ସର୍ବସାଧାରଣ ଜନତା କୁ ନିବେଦନ କରିଛନ୍ତି ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମିଳିମିଶି କାମ କରିବା ଓ ସଚେତନତା ର ପଥ କୁ ଆପଣେଇ ଉଭୟ ସରକାର ଙ୍କ ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡ଼ଲାଇନ ମାନିବା ଯାହା ଫଳରେ ଆମେ ସମସ୍ତେ ସୁସ୍ଥ ସୁରକ୍ଷିତ ରହିବା ଓ ବଲାଙ୍ଗୀର ଜିଲ୍ଲାକୁ ଏକ ସୁସ୍ଥ, ସୁରକ୍ଷିତ,ତଥା ସଚେତନ ର ସହର ଭାବେ ପରିଗଣିତ କରିବା ଭଳି ମତ ପ୍ରକାଶ କରିଛନ୍ତି।ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିବା ବେଳେ ବଲାଙ୍ଗୀର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଦେବ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଟିତ ହୋଇଥିଲା। ଯେଉଁଥିରେ ମାକ୍ସ, ସାମାଜିକ ଦୂରତା,ସାନିଟାଇଜର କୁ ପ୍ରମୁଖ ଗୁରୁତ୍ୱ ଦିଆଯିବା ସହିତ ସାମ୍ବାଦିକ ସମ୍ମିଳନି ସମାପ୍ତ ହୋଇଥିଲା ।
ରାଜ୍ୟ
ମେ୫ରୁ ୧୯ ଯାଏଁ ଲକଡାଉନ : ସହଯୋଗ ଲୋଡ଼ିଲା ଜିଲ୍ଲା ପ୍ରଶାସନ
- Hits: 502