ହେଡଲାଇନସ୍:

କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ : ପିପିଲି ନିର୍ବାଚନ ହୋଇପାରେ ବାତିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Pipili Bypoll: Congress Candidate Ajit Mangaraj Tests Positive For Covid-19

ଭୁବନେଶ୍ୱର : କରୋନା ଆକ୍ରାନ୍ତ ହୋଇ ଚି଼କିତ୍ସିତ ହେଉଥିବା କଂଗ୍ରେସ ନେତା ତଥା  ପିପିଲି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ (କାବୁ)ଙ୍କ ପରଲୋକ ହୋଇଯାଇଛି | କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।  ଗତ ୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଥିଲା । ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ଅଜିତ । ତୁରନ୍ତ ତାଙ୍କ ସମର୍ଥକମାନେ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତ ୧୦ ତାରିଖରେ ସେ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା । 

ତାଙ୍କ ବିୟୋଗରେ ପିପିଲି ଅଂଚଳରେ ଓ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି | ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକାଵ୍ୟକ୍ତ କରିଛନ୍ତି | 

ଫଳରେ ପିପିଲି ଉପ ନିର୍ବାଚନ ସ୍ଥଗିତ ହେବ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି |   

0
0
0
s2sdefault