ହେଡଲାଇନସ୍:

ମାନବିକତାର ପରିଚୟ ଦେଲେ କନେଷ୍ଟବଲ, ପାଇଥିବା ଟଙ୍କା ଏବଂ କାଗଜପତ୍ର ଫେରାଇଲେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ  : ମଣିଷପଣିଆ ଦେଖାଇଛନ୍ତି କନେଷ୍ଟବଳ | ପାଇଥିବା ଟଙ୍କା ଓ କାଗଜପତ୍ର ଫେରାଇ ଦେଇଛନ୍ତି  ହଜେଇଥିବା ଯୁବକଙ୍କୁ |

 ନକ୍ସାପାଲି ଗ୍ରାମର ଜଣେ ଯୁବକ ଭରତ ବେହେରା ଯିଏକି ରିଜର୍ଭ ପୋଲିସ ରେ କନେଷ୍ଟବଲ ଭାବେ କାମ କରନ୍ତି ଗତ ୧୩ ତାରିଖ ସେ ଖଳିଆବନ୍ଧ ସ୍ଥିତ ତେଲ ଡିପୋ ସମ୍ମୁଖରେ ଏକ ବ୍ୟକ୍ତିଙ୍କ ହଜିଯାଇଥିବା ୩,୩୭୪ ଟଙ୍କା ଏବଂ କିଛି ଆବଶ୍ୟକୀୟ କାଗଜପତ୍ର ପାଇଥିଲେ l ସଂଗେ ସଂଗେ ଭରତ ସେ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ।  ସୋସିଆଲ ମିଡିଆରେ ପୋଷ୍ଟ ମଧ୍ଯ କଲେ ଏବଂ ଏକ ସିକୁରିଟି ପାସ ଆଇ କାର୍ଡରେ ଥିବା ମୋବାଇଲ ନମ୍ବର କୁ ଆଧାର କରି ଭରତ ସେହି ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ,ଶେଷ ରେ ଗତକାଲି ଅପରାହ୍ନରେ ବ୍ୟକ୍ତି ଜଣଙ୍କ ଭରତ ଙ୍କ ବାସଭବନ ନକ୍ସାପାଲି କୁ ଆସି ହଜିଯିବା ତାଙ୍କର ନଗଦ ୩,୩୭୪ ଟଙ୍କା ସହିତ ଆବଶ୍ୟକୀୟ କାଗଜପତ୍ର ଭରତଙ୍କ ଠାରୁ ସଂଗ୍ରହ କରିଥିଲେ l ଖୁସି ହୋଇ ବ୍ୟକ୍ତି ଜଣଙ୍କ ସବୁତକ ଟଙ୍କା ନେଇଯିବା ପାଇଁ କହିବାରୁ ଭରତ ମନାକରିଦେଇଲେ l ବ୍ୟକ୍ତିଜଣଙ୍କ ନାମ ଅମୂଲ୍ୟ ବେହେରା ହୋଇଥିବା ବେଲେ ସେ ଜଗତସିଂପୁର ନିବାସି ବୋଲି ଜଣାପଡ଼ିଛି l ଏବଂ ସେ ମାନେଶ୍ବର ଠାରେ ଥିବା ଏକ ଘରୋଇ କମ୍ପାନୀ ରେ କଣ୍ଟ୍ରାକ୍ଟର ଭାବେ କାମ କରନ୍ତି l କନେଷ୍ଟବଲ ଭରତଙ୍କ ଏହି ମହନିୟତା ପାଇଁ ଅଞ୍ଚଳବାସୀ ଏବେ ତାଙ୍କୁ ଖୁବ ପ୍ରଂଶସା କରୁଛନ୍ତି l

 

0
0
0
s2sdefault