ଡ.ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର - ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟରତ୍ନ ଥିଲେ । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନର ଅନେକ ଗୁଡ଼ିଏ ଦିଗ ରହିଛି । ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା । ଆମେ ସମସ୍ତେ ବାବାସାହେବଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ କଟିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।