ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ତହସିଲ ବରିକେଲ ନଦୀ ପଠାରେ ମାତିଛନ୍ତି ଇଟା ମାଫିଆ । ବରିକେଲ ନିକଟସ୍ଥ ନଦୀ ପଠା ଇଟା ମାଫିଆଙ୍କ ପାଇଁ ପାଲଟିଛି ଭୂସ୍ବର୍ଗ । ନଦୀ ପଠାର ମାଟିକୁ ଅବାଧରେ ଇଟା ମାଫିଆ ମାନେ ଜେସିବି ସାହାଯ୍ୟରେ ଖୋଲି ଲକ୍ଷ ଲକ୍ଷ ଇଟା ତିଆରି କରୁଛନ୍ତି । ଜେସିବି ସାହାଯ୍ୟରେ ନଦୀ ପଠାର ମାଟି ଖୋଲିବା ଯୋଗୁଁ ବର୍ଷା ଦିନେ ନଦୀର ପାଣି କୁଲ ଖାଇ ଚାଷ ଜମିକୁ ମାଡୁଛି ଫଲରେ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଛି । ଇଟା ମାଫିଆ ମାନେ ନଦୀ ପଠାକୁ କବଜା କରିଥିବା ଯୋଗୁଁ ଗୋରୁ ଗାଇଙ୍କ ଚରା ଭୂଇ ମଧ୍ୟ କମିବାରେ ଲାଗିଛି । ଇଟା ମାଫିଆ ମାନେ ନଦୀରୁ ପମ୍ପ ଯୋଗୁଁ ପାଣି ଟାଣି ନେଉଛନ୍ତି ଫଳରେ ସ୍ଥାନୀୟ ଲୋକମାନେ ଗାଧୋଇବା ତଥା ପଶୁପକ୍ଷୀ ମାନେ ପିଇବା ପାଇଁ ମଧ୍ୟ ପାଣି ପାଇ ପାରୁ ନାହାଁନ୍ତି । ଇଟା କୁ ପୋଡିବା ପାଇଁ ଇଟା ମାଫିଆ ମାନେ କାଠ ବ୍ୟବହାର କରୁଛନ୍ତି ଏବଂ ନଦୀ ପଠାରେ ଥିବା ଗଛ ଗୁଡିକୁ ମେସିନ ଯୋଗେ କାଟୁଛନ୍ତି । ଜହି ଇଟା ଭାଟିରୁ ବାହାରୁଥିବା ଧୂଆଁ ଓ ପାଉଁଶ ଯୋଗୁଁ ନଦୀକୁ ଗାଧୋଇ ଆସୁଥିବା ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ଗୋଟିଏ ପଟେ ଚାଷୀ ଚାଷ କରିବା ପାଇଁ ୟୁରିଆ ସାର ଚଢା ଦରରେ କିଣିବା ପାଇଁ ବାଧ୍ୟ ଦେଉଛି ହେଲେ ଇଟା ମାଫିଆ ମାନେ ଇଟାକୁ ନାଲି ରଙ୍ଗ କରି ଲୋକଙ୍କୁ ଆକୄଷ୍ଟ କରିବା ପାଇଁ ୟୁରିଆ ସାର ବ୍ୟବହାର କରୁଥିବା ଦେଖିବାକୁ ମିଲୁଛି । ଯେଉଁଠି ଜଣେ ଲୋକେ ଜାଲେଣି ପାଇଁ ନିଜ ବିଲରୁ ଗୋଟିଏ ସାଇକେଲ କାଠ ନେଲେ ବନ ବିଭାଗ ଜବତ କରୁଛି ସେହି ପରିପେକ୍ଷୀରେ ଇଟା ମାଫିଆ ମାନେ ଟ୍ରିପ ଟ୍ରିପ ମୂଲ୍ୟବାନ କାଠକୁ ଜବତ ନ କରି କିଛି ଟଙ୍କାର ଚାଲାଣ କଟି ଧର୍ମକୁ ଆଖିଠାର ସଦୄଶ୍ୟ କରୁଛି ଯାହା ଫଲରେ ଇଟା ମାଫିଆ ମାନଙ୍କ ଦୌରାତ୍ମ ବଢିବାରେ ଲାଗିଛି । ରାଜସ୍ବ ବିଭାଗ ଇଟା ତିଆରି କରୁଥିବା ଜାଗାକୁ ଚଢାଉ କରି ମାଟି ଇଟା ଜବତ କରିବା ସହ ଜଲୁଥିବା ଇଟା ଭାଟିକୁ ଦମକଲ ଯୋଗେ ଲିଭାଇବା ପରିବର୍ତ୍ତେ ଇଟା ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା କରି କିଛି ଟଙ୍କାର ଫାଇନ କାଟି ପରୋକ୍ଷ ଭାବରେ ଇଟା ମାଫିଆ ମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଛି । ବେଧଡ଼କ ତଥା ବେଆଇନ ଭାବରେ ଇଟା ମାଫିଆ ମାନେ ଯେପରି ଆଇନ ବିରୋଧୀ କାର୍ଯ୍ୟ କରୁଛନ୍ତି ଏଥିରେ ରାଜସ୍ବ ବିଭାଗ ଓ ବନ ବିଭାଗ କର୍ମଚାରୀଙ୍କ ହାତ ଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୁଏ ।
ରାଜ୍ୟ
ନଦୀ ପଠାରୁ ମାଟି ଚୋରୀ କରୁଛନ୍ତି ଇଟା ମାଫିଆ , ନିଘୋଡ଼ ନିଦରେ ପ୍ରଶାସନ ।
- Hits: 1426