ହେଡଲାଇନସ୍:

ପଦ୍ମପୁର : ହାତୀ ଦଳିଦେଲା ଜଣକୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଘେସ ରେଂଜ ଅଧିନସ୍ଥ ଖଲିଆମୁଣ୍ଡା ଗ୍ରାମରେ ମହୁଲଫୁଲ ସଂଗ୍ରହ କରୁଥିବା ସମୟରେ ହାତୀ ଆକ୍ରମଣରେ ଜଣେ ମୄତ । ଖଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ଆଜି ସକାଳୁ ନିଜ ବିଳକୁ ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ବ୍ୟକ୍ତିର ମୄତ୍ୟୁ ହୋଇଥିଲା । ବର୍ତ୍ତମାନ ଘେସ ରେଂଜ ଅଞ୍ଚଳରେ ତିନିଗୋଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିବା ସୂଚନା ଦେଉଥିବା ବେଲେ ସ୍ଥାନୀୟ ଜନସାଧାରଣ ସଚେତନ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି । ଝାଞ୍ଜ ପାହାଡ ପାଦଦେଶରେ ଜହି ଅଞ୍ଚଳରେ ଧାନ ଅମଳ ତଥା ମହୁଲଫୁଲ ସଂଗ୍ରହ ସମୟରେ ହାତୀ ଜନବସତି ମୁହାଁ ହେଇଥାନ୍ତି ,ତେଣୁ ଜନସାଧାରଣଙ୍କୁ ହାତୀ ସମ୍ବନ୍ଧୀୟ ସଚେତନତା ନିହାତି ଜରୁରୀ । ହେଲେ ବନ ବିଭାଗର ଖାମଖିଆଲି ଯୋଗୁଁ ପ୍ରତିବର୍ଷ ଲୋକଙ୍କ ଧନ ଜୀବନ ହାନି ହେଉଛି ।

0
0
0
s2sdefault