ଜିଲ୍ଳାରୁ ପୁଣି ୩୦ ନୂଆ କରୋନା ପଜିଟିଭ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

COVID-19 Latest update

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପୁଣି ଜିଲ୍ଳାରୁ ନୂଆ କରୋନା ଆକ୍ରାନ୍ତ ୩୦ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର୭୩୬ ହୋଇଛି । ଏମାନଙ୍କ ମଧ୍ୟରୁ ୭ ହଜାର ୫୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ଆଉ ୧୮୭ଜଣ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛଛନ୍ତି । ନୂତନ ଚିହ୍ନଟ ୩୦ଜଣଙ୍କ ମଧ୍ୟରୁ ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତର ଜଣେ ଆକ୍ରାନ୍ତ ଏସ୍ସିବି ମେଡିକାଲରୁ, ଭଣ୍ଡାରିପୋଖରୀ ବ୍ଳକ କୁଲଣା ପଞ୍ଚାୟତ ବିଶୋଳ ଗ୍ରାମର ଜଣେ  ଭୁବନେଶ୍ୱରର ହାଇଟେକ୍ ମେଡ଼ିକାଲ କଲେଜରୁ ଏବଂ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ପଞ୍ଚାୟତ କୋଳିଆଡ଼ିଆ ଗ୍ରାମର ଜଣେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବାସୁଦେବପୁର ବ୍ଲକର ଗୁଆଗଡ଼ିଆ ଗ୍ରାମରୁ ଜଣେ, ଭଦ୍ରକ ବ୍ଲକର ଏରେଇଁ ପଞ୍ଚାୟତର ରାୟ କଲୋନୀରୁ ୨ଜଣ, କାଉପୁର ପଞ୍ଚାୟତର ଜୀରାଗମ୍ଭିର ଗ୍ରାମରୁ ଜଣେ, ଗେଲପୁର ପଞ୍ଚାୟତ ସାମରାଇପୁର ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକା ୯ ନଂ ୱାର୍ଡ ତୃପ୍ତି ପ୍ଳାଜାରୁ ଜଣେ, ୯ ନଂ ୱାର୍ଡ ଜଗନ୍ନାଥପୁର ଗ୍ରାମରୁ ଜଣେ, ୬ ନଂ ୱାର୍ଡ ବାଇପାସ୍ରୁ ୨ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକ ପୁରିପଡ଼ା ଗ୍ରାମରୁ ଜଣେ, ଖଡ଼ିସିଂଗା ଗ୍ରାମରୁ ଜଣେ, ବନ୍ତ ବ୍ଲକ ବିଶଲପଟା ଗ୍ରାମରୁ ଜଣେ, ବଡ଼ ମହିଷିଗୋଠ ଗ୍ରାମରୁ ଜଣେ, ସାହୁପଡ଼ା ଗ୍ରାମରୁ ଜଣେ, ସୁଆଁପଡ଼ା ଗ୍ରାମରୁ ଜଣେ, ଶିଆଳିଆ ଗ୍ରାମରୁ ୨ଜଣ, ଚାନ୍ଦବାଲି ବ୍ଳକ ଆରଡ଼ି ଗ୍ରାମରୁ ଜଣେ, ତିହିଡ଼ି ବ୍ଳକ ତିଆଡିସାହି ଗ୍ରାମରୁ ୩ଜଣ, ଦୋଳସାହିରୁ ଜଣେ, ବାରସର ଗ୍ରାମରୁ ଜଣେ, ପାଳିଆବିନ୍ଧା ନାୟକସାହି ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।    

0
0
0
s2sdefault