"ଯଦି ସାମାନ୍ୟ ଲଜ୍ଜ୍ୟା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ ଯାଇନଥାନ୍ତା "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ: ବିଜେଡି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାରି ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି ।  ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । 

ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବା ଓ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବାର ନାଟକ କରୁଥିଲା ବର୍ତ୍ତମାନ ପିପିଲି ଉପନିର୍ବାଚନରେ ଅନୁରୂପ ନୀତି ଆପଣେଇଛି । ପାରମ୍ପରିକ ଭାବେ ବିଜେପି ଟଙ୍କା ବାଣ୍ଟିବା ଓ ହିଂସାକାଣ୍ଡ ଭିଆଇବା କାର୍ଯ୍ୟରେ ଲିପ୍ତ ଥିଲାବେଳେ, ଦଳର ଦୁଇ ସହଯୋଗୀ ପିପିଲିରେ ୫୦ଲକ୍ଷ ଟଙ୍କା ସହିତ ଧରାପଡି ଏହାକୁ ପ୍ରମାଣ କରିଛନ୍ତି । ଏହି ଜାତୀୟ ଦଳକୁ ଯଦି ସାମାନ୍ୟ ଲଜ୍ଜ୍ୟା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ ଯାଇନଥାନ୍ତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି । 

ଓଡିଶାବାସୀଙ୍କ ପାଖରେ ଯେତେବେଳେ ବିଜେପି ଗ୍ରହଣୀୟ ହୋଇ ପାରୁନାହିଁ ସେତେବେଳେ ଗଣମାଧ୍ୟମରେ ରହିବା ପାଇଁ ଏ ପ୍ରକାରର ସାମ୍ବାଦିକ ସମ୍ମିଳନୀ କରି ମିଛ ଓଗାଳୁଛି । ତେବେ ବିଜେପିର ଏଭଳି କାର୍ଯ୍ୟକୁ ପିପିଲିବାସୀ ଭଲଭାବେ ବୁଝିଛନ୍ତି ଏବଂ ପୂର୍ବ ଉପନିର୍ବାଚନଗୁଡିକ ଭଳି ଏଠାରେ ମଧ୍ୟ ବିଜେପିକୁ ପରାଜୟର ବାଟ ଦେଖାଇବାକୁ ସ୍ଥିର କରିଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି । 

 

0
0
0
s2sdefault