ଜିଲ୍ଲାପାଳ ଓ ଏସପି କଲେ ନାକା ଗେଟର ମିଳିତ ଯାଞ୍ଚ ଓ ଅନୁଧ୍ୟାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲାରେ ଗତ ସପ୍ତାହ ହେଲାଣି କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ଆଶାତୀତ ଭାବେ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପଡୋଶୀ ଆନ୍ଧ୍ର ଓ ପଡୋଶୀ ଜିଲ୍ଲା ଅଞ୍ଚଳରୁ ଆସୁଥିବା ୫ଟି ମୁଖ୍ୟ ପ୍ରବେଶ ପଥ ପୁରୁଣାପାଟଣା , ଧାମୁନି ଗାଁ , ହାଡୁଭାଙ୍ଗି , ଅଲଡା ଓ ଲୁହାଗୁଡି ଠାରେ ଥିବା ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୋମବାର ଦିନ ସନ୍ଧ୍ୟା ଠାରୁ ସିଲ କରି ଦିଆଯିବା ସହ ସେଠାରେ ନାକା ଲଗାଯାଇଛି ।
ସୀମାନ୍ତ ନାକା ଗେଟ ମାନଙ୍କରେ ପୋଲିସ ମୃତୟନ ରହି ଯିବା ଆସିବା ଲୋକଙ୍କୁ ପଚରା ଉଚୁରା କରୁଛନ୍ତି । ସୀମାନ୍ତ ପ୍ରବେଶ ପଥରେ ସିଲ କରାଯାଇ ନାକା ଲଗାଯିବା ପରେ ସେହି ୫ଟି ନାକା ଗେଟକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏବଂ ଜିଲ୍ଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ସମ୍ପୃକ୍ତ ନାକା ଗେଟ ଅଞ୍ଚଳରେ ପହଞ୍ଚି ମିଳିତ ଭାବେ ଯାଞ୍ଚ ଓ ଅନୁଧ୍ୟାନ କରିଛନ୍ତି ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ଯେ:- ବର୍ତ୍ତମାନ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ପର୍ଯ୍ୟାୟ ଲହର ସାରା ଦେଶ ଓ ରାଜ୍ୟ ସମେତ ଗଜପତି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଗଲାଣି । ଗତ ଏକ ସପ୍ତାହ ହେଲାଣି ଜିଲ୍ଲାରେ କୋଭିଡ୍ ସଂକ୍ରମଣ ପୋଜିଟିଭ ସଂଖ୍ୟା ବଢି ଚାଲିଥିବା ବେଳେ ଏହି ପୋଜଟିଭ ସଂଖ୍ୟା ଏଇ ଗତ ୩ ଦିନ ମଧ୍ୟରେ ୨୫ ଜଣ ନୂଆ କୋଭିଡ୍ ପୋଜିଟିଭ କେଶ ଚିହ୍ନଟ ଆସିଛି ।
ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ପ୍ରଶାସନଓ ପୋଲିସ ପକ୍ଷରୁ ଓଡିଶା-ଆନ୍ଧ୍ର ସୀମାନ୍ତର ପ୍ରବେଶ ପଥ ମାନଙ୍କରେ ନାକା ଲଗାଯାଇଛି । ଯେଉଁମାନେ ବାହାର ରାଜ୍ୟ ତଥା ଅଧିକ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ରାଜ୍ୟ ଅଞ୍ଚଳରୁ ଏହି ଜିଲ୍ଲାକୁ ଆସୁଛନ୍ତି , ସେମାନଙ୍କ ଆରଟି-ପିସିଆର ନେଗେଟିଭ ରିପୋର୍ଟ ୭୨ ଘଣ୍ଟା ଭିତରେ ନାହିଁ କିମ୍ବା ଡବଲ-ଡୋଜ କୋଭିଡ୍ ଟୀକା ନେବାର ପ୍ରମାଣପତ୍ର ନାହିଁ , ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଯଦି ଆସିବେ , ତେବେ ସେମାନେ ବାଧ୍ୟତାମୂଳକ ଭାବେ ୭ ଦିନ ଆନୁଷ୍ଠାନିକ କରେଣ୍ଟଇନ କିମ୍ବା ହୋମ କରେଣ୍ଟଇନରେ ସରକାରଙ୍କ ବିଭିନ୍ନ ସୁବିଧା ଅନୁଯାଇ ରହିବେ । ବର୍ତ୍ତମାନ ୫ ଟି ପ୍ରବେଶ ପଥକୁ ସିଲ କରାଯାଇ ନାକା ଲଗାଯାଇଛି । ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ନାକା ଲଗାଯିବ ବୋଲି କହିଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ , ବାହାରକୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖନ୍ତୁ ।
ଅନ୍ୟପକ୍ଷରେ ଏହି କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ଟେଷ୍ଟିଙ୍ଗ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଯାହାକି କରୋନା ସଂକ୍ରମଣ ଚିହ୍ନଟ ପାଇଁ ଆଣ୍ଟିଜେନ ଓ ଆରଟି-ପିସିଆର ଟେଷ୍ଟିଙ୍ଗ କରାଯାଉଛି । ଆଗରୁ ଯେଭଳି କରୋନା ସଂକ୍ରମଣ ପାଇଁ ଟେଷ୍ଟିଙ୍ଗ କରାଯାଉଥିଲା , ସେଭଳି ପ୍ରକ୍ରିୟା ପୁଣିଥରେ ଏହି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଆରମ୍ଭ କରାଯାଇଛି ।
ଯେଉଁମାନଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଉଛି କିମ୍ବା କରୋନା ପୋଜିଟିଭ ଥିବା ମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି , ସେମାନେ ଦୟାକରି କରୋନା ଟେଷ୍ଟିଙ୍ଗ କରାଇ ନିଅନ୍ତୁ ଏବଂ ଏଥିରେ କେହି ହେଲେ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।