ଆଠମଲ୍ଲିକ/ ସନ୍ତୋଷ କୁମାର ମେହେର : ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି | ମିଳିଥିବା ସୂଚନା ମୁତାବକ ଆଠମଲ୍ଲିକ ବ୍ଲକ ବାସୁବେଦପୁ ପଂଚାୟତର ମୁଣ୍ଡାପଡା ଗ୍ରାମର ବସନ୍ତ ନାୟକ (50)ଙ୍କର ଚାଳଘରେ ନିଆଁଲାଗିଯାଇଛି I ରାତ୍ରି 12ଘ. ସମୟରେ ହଠାତ ନିଆଁ ଲାଗିଯାଇଥିଲା ତେବେ ନିଆଁକୁ ଆୟତ କରିବା ପାଇଁ ବୌଦ୍ଧ ଜିଲ୍ଲାରୁ ଅଗ୍ନିଶମ ବାହିବୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ I ତେବେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି I ତେବେ ଅଗ୍ନିକାଣ୍ଡରେ ଧାନ 25କିଉଣ୍ଟାଲ ସହ ଆସବାବପତ୍ର ସବୁ ପୋଡି ଯାଇଛି I ଘଟଣା ସ୍ଥଳରେ ବାସୁଦେବପୁର ସରପଞ୍ଚ ଟୁନା କର୍ଣ୍ଣ ନାଏବ ସରପଞ୍ଚ ମିତାଜିନୀ ପ୍ରଧାନ ପହଂଚି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି I ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି I
ରାଜ୍ୟ
ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି
- Hits: 895