ହେଡଲାଇନସ୍:

ଛତିଶଗଡ଼ର କରୋନା ସଂକ୍ରମଣକୁ ଭୟ ସମସ୍ତ ବସ ସେବା ବନ୍ଦ-ଯାଞ୍ଚ କଡ଼ା କଡ଼ି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା,ଝାରବନ୍ଧ ଥାନା ଏହାର ସିଧାସଳଖ ସଂଯୋଗ ପଡୋଶୀ ରାଜ୍ୟ ଛତିଶଗଡ଼ ର ବସନା,ସରାଇପାଲି,ସାଂକ୍ରା ବାଗବାହାରା ସହ ଥିବା  ଜଗଦଲପୁର ,ଝାରବନ୍ଧ ଥାନା ପ୍ରଶାସନ ଉପଲବଧି କରିବା ପରେ ଯାଞ୍ଚ କୁ କଡାକଡି କରାଯାଇଛି ।ଆଜି ସକାଳେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ ନିଲଜିପତ୍ରା ଛକ,ଲଉଡିଦରହା ଛକ ରେ ମାସ୍କ ଯାଞ୍ଚ କୁ କଡାକଡି କରାଯାଇଛି।ଏ ଏସ ଆଇ ପ୍ରଦୀପ ପାଣି,ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ମାସ୍କ ଚେକିଂ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ।ଓଡ଼ିଶା ଛତିଶଗଡ଼ ମଧ୍ୟରେ କୌଣସି ବସ କୁ ଯାତାୟତ ପାଇଁ ଅନୁମତି ଦିଆଜିବନି।ଯଦି କେହି ନିଜ ଗାଡି ରେ ଓଡ଼ିଶା ସୀମାରେ ପ୍ରବେଶ କରିବାକୁ ଚାହେଁ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭୨ଘଣ୍ଟା ଭିତରେ କରିଥିବା କୋଭିଡ଼  ଟେଷ୍ଟ ର ରିପୋର୍ଟ ଦେଖାଇବା କୁ ପଡିବ।ଜରୁରୀକାଳୀନ ପରିସ୍ଥିତି ରେ ଯଦି କେହି ଓଡ଼ିଶା ସୀମାରେ ପ୍ରବେଶ କରିବା ପାଇଁ ଚାହାନ୍ତି ଏବଂ ଯଦି ସମ୍ପୃକ୍ତ ବ୍ୟକ୍ତି ଙ୍କ ନିକଟ ରେ କୋଭିଡ ନେଗେଟିଭି  ରିପୋର୍ଟ ନ ଥିବ ତେବେ ସେ୭ ଦିନ ସଂଗରୋଧ ରେ ରହିବା ନେଇ ପ୍ରଶାସନ କୁ ଲିଖିତ ଭାବେ ଜଣାଇବା ଆବଶ୍ୟକ ବୋଲି ଜଗଦଲପୁର ଆଇ.ଆଇ.ସି ଶ୍ରୀମତୀ ବାର୍ଳା କହିଛନ୍ତି।ମୁଖ୍ୟ ରାସ୍ତା ବ୍ୟତୀତ ଛତିଶଗଡ଼ ସୀମା କୁ ପ୍ରବେଶ ପାଇଁ ବିଭିନ୍ନ ସ୍ଥାନ ରେ ଥିବା ଗଳା ବାଟ ରେ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ, ଅଙ୍ଗନବାଡ଼ି କର୍ମୀ ୱାର୍ଡସଭ୍ୟ ନଜର ରଖିବା ପାଇଁ ଝାରବନ୍ଧ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।ଗଳା ବାଟ ଦେଇ କିଏ ଯାତାୟତ କରୁଛି ସେ ନେଇ ଜନପ୍ରତିନିଧି ମାନେ ନଜର ରଖିବେ ବୋଲି ପ୍ରଶାସନ ତରଫ ରୁ କୁହାଯାଇଛି।ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନବାହନ କୁ ଓଡିଶା ରେ ପ୍ରଵେଶ ପାଇଁ କୌଣସି କଟକଣା ନ ଥିବା ଜଣାପଡିଛି।ଜଗଦଲପୁର, ଝାରବନ୍ଧ ପୋଲିସ ପକ୍ଷରୁ ସୀମା ରେ ଯାଞ୍ଚ କଡାକଡି କରାଯିବା ପରେ ସଂପୃକ୍ତ ଅଞ୍ଚଳ ସୁନସାନ ହୋଇ ଯାଇଛି।ଛତିଶଗଡ଼ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ରୁ୧୪ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ଜଣା ପଡିଛି। ଝାରବନ୍ଧ ବ୍ଲକ ପ୍ରଶାସନ କୁ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବା ର ଆବଶ୍ୟକତା ରହିଛି।

0
0
0
s2sdefault