ସମ୍ବଲପୁର/ରମାକାନ୍ତ ବିଶ୍ୱାଳ: ମହିଳାଙ୍କ ଆବଶ୍ୟକତାକୁ ଜାଣି ପଦକ୍ଷେପ ନେଲେ ଏକ ସୁସ୍ଥ ଶିଶୁକୁ ଘର ଓ ପରିବାରକୁ ଉଜ୍ୱଳ କରି ପାରିବା ।ବର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟରେ ବିଶେଷ ଯତ୍ନ ନେଲେ ପରିବାରର ସମୃଦ୍ଧି ହୋଇଥାଏ ବୋଲି ସହରର ଷ୍ଟେସନପଡାରେ ଅନୁଷ୍ଠିତ ଜାତୀୟ ନିରାପଦ ମାତୃତ୍ୱ ଦିବସରେ ସହରାଞ୍ଚଳ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ଗୁରୁତ୍ୱ ଦେଇ ବ୍ୟାପକ ସଚେତନତା କରାଯାଇଥିଲା ।
ବିଶେଷ କରି ମହିଳାଙ୍କ ଅଭାବ ଅସୁବିଧାକୁ ଉପଲବ୍ଧି କରି ସେମାନଙ୍କ ମନ ଭାବନାରେ ନିଜକୁ ସଂପୁର୍ଣ୍ଣ ଜଡିତ କଲେ ଜାତୀୟ ନିରାପଦ ମାତୃତ୍ୱ ଦିବସର ସାର୍ଥକତା ପରିବାରରୁ ସମଗ୍ର ଦେଶ ଜାତିକୁ ଗୌରବାନ୍ୱିତ କରିପାରିବ ବୋଲି ୟୁଏମଏଚୟୁର ଆୟୁଷ ଡାକ୍ତର ତଥା ଏଚବିଏନସି,ଏଚବିୱାସି ଓ ଏନସିଡିର ଜିଲ୍ଲା ତାଲିମଦାତା ଡାକ୍ତର ରାଜାରାମ ଷଡଙ୍ଗୀ ଉପସ୍ଥିତ ମହିଳାଙ୍କୁ ଖାଦ୍ୟ ପେୟ,ଜୀବନ ଶୈଳି ଓ ଜୀବନ ଚର୍ଚ୍ଛା ସଂପର୍କରେ ସଚେତନ କରାଇଥିଲେ । ସ୍ୱଚ୍ଛସାଥି ସବିତା ସିକନ୍ଦରଙ୍କ ପରିଚାଳନାରେ ଅନୁଷ୍ଟିତ ସଭାରେ ଏଏନଏମ୍ ଶ୍ରଦ୍ଧାଞ୍ଜଳି ମହଳା ଗର୍ଭ ରହିବା ଦିନଠୁ ୧୦୦୦ ଦିନ ମାଁ ଓ ଶିଶୁ ଯତ୍ନ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ । ଶେଷରେ ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ଠାରେ ୟୁଏମଏଚୟୁ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବର ମଧ୍ୟ ଅନୁଷ୍ଠିତ ହୋଇଥିଲା ।