ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ଅଫଲାଇନ ପରୀକ୍ଷା କୁ ବିରୋଧ କରି ସମ୍ବଲପୁର ଜିଲ୍ଲା ରେ ପୁଣି ତେଜିଲା ଛାତ୍ର ଆନ୍ଦୋଳନ । ଏବିଭିପି ସମେତ ସମ୍ବଲପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରାଯିବା ସହ ଦାବିପୁରଣ ନହେବା ଯାଏ ଆନ୍ଦୋଳନ କରାଯିବ ବୋଳି ଚେତାବନୀ ଦିଆଯାଇଛି ।
ଅନଲାଇନ ପରୀକ୍ଷା କରାଯିବା ସହ ଅଫଲାଇନ ପରୀକ୍ଷା କୁ ବିରୋଧ କରି ସମ୍ବଲପୁର ରେ ପୁଣି ଛାତ୍ର ଆନ୍ଦୋଳନ । ଏଥର ଛାତ୍ର ଆନ୍ଦୋଳନ ବିଶ୍ୱବିଦ୍ୟାଳୟ ପରିସର ରୁ ବାହାରି ଜିଲ୍ଲାପାଳ ଙ୍କ କାଯ୍ୟାଳୟ ସହ ରାଜରାସ୍ତାକୁ ଆସିଛି । ଏବିଭିପି ଛାତ୍ର ସଂଗଠନର ଛାତ୍ରଛାତ୍ରୀ ମାନେ ଜିଏମ ବିଶ୍ୱବିଦ୍ୟାଳୟ ଠାରୁ ବିରାଟ ସୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ ଅଫିସ ବାହାରେ ବିକ୍ଷୋଭ ପଦର୍ଶନ କରି ଧାରଣା ଦେଇଥିଲେ । ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ବର୍ଷତମାମ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ରେ ପାଠପଢା ଯାଇଥିବା ବେଳେ ଏବେ ହଠାତ ଅଫଲାଇନ ପରୀକ୍ଷା ଦେବା ପାଇଁ ବାଧ୍ୟ କରାଯାଉଛି । ଏବେ ମହାମାରୀ କରୋନା ସଂକ୍ରମଣ ବୄଦ୍ଧି ପାଇବା ଯୋଗୁ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅଫଲାଇନ ପରୀକ୍ଷା ନକରି ଅନଲାଇନ ପରୀକ୍ଷା ପାଇଁ ଦାବି କରାଯାଇ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।
ଅପରପକ୍ଷରେ ଅନଲାଇନ ପରୀକ୍ଷା କରିବା ସହ ଅଫଲାଇନ ପରୀକ୍ଷା ବନ୍ଦ କରିବାକୁ ଛାତ୍ର କଂଗ୍ରେସ ଦାବି କରି ଜିଲ୍ଲାପାଳ ଙ୍କ କାଯ୍ୟାଳୟ ବାହାରେ ଯୋରଦାର ବିରୋଧ ପଦର୍ଶନ କରିଛନ୍ତି । ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ ଅନଲାଇନ ପରୀକ୍ଷା ନକରି ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କ ଜୀଵନ ସହ ଖେଲ ଖେଲୁଛନ୍ତି । ବର୍ତ୍ତମାନ ପୁଣି ଥରେ କରୋନା କାୟାବିସ୍ତାର କରି ଚାଳିଥିବା ବେଳେ ଅଫଲାଇନ ପରୀକ୍ଷା ହେଲେ ବହୁ ଛାତ୍ରଛାତ୍ରୀ
ଙ୍କୁ ସଂକ୍ରମଣ ହେବା ଆଶଙ୍କା କରାଯାଉଛି । ଏଥିସହ କିଛି ଦିନ ତଲେ ଅନଲାଇନ ପରୀକ୍ଷା ପାଇଁ ଆନ୍ଦୋଳନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ଖରାପ ବ୍ୟବହାର ପଦର୍ଶନ କରିଥିବାରୁ କୂଳପତି ତୁରନ୍ତ ଇସ୍ତଫା ଦେବାପାଇଁ ଛାତ୍ରକଂଗ୍ରେସ ଦାବି କରିଛି । ବର୍ତ୍ତମାନ ଅଫଲାଇନ ପରୀକ୍ଷା ବିରୋଧରେ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ତେବେ ଏହି ଆନ୍ଦୋଳନ ସରକାରଙ୍କ ଅଫଲାଇନ ପରୀକ୍ଷା କରାଯିବା ନିଷ୍ପତ୍ତି ଉପରେ କେତେ ଦୁର ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।