ହେଡଲାଇନସ୍:

ବାଗଚି ଦମ୍ପତ୍ତିଙ୍କ ପ୍ରଶଂସାରେ ଶତମୁଖ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ  ଜଣାଇଲେ ଧନ୍ୟବାଦ

ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଶାସକ ପ୍ରଶାସକ) - ବାଗଚି ଦମ୍ପତ୍ତିଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ |ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଂଟର ପ୍ରତିଷ୍ଠା  ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଥିବାରୁ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ  ଯୋଡ଼ିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଆଜି ଏକ ଖୁସିର ଦିନ । ଆଦରଣୀୟ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଦେଲି । ଓଡ଼ିଶାର ଏହି ଦମ୍ପତି ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଂଟର ପ୍ରତିଷ୍ଠା  ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି । ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି ।ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି  । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଜୀବନ କୁସୁମିତ ହେଉ ଏବଂ ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ” ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

 

0
0
0
s2sdefault