ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ହାଓଡ଼ା-ଜସବନ୍ତପୁର ଟ୍ରେନରେ ଯାତ୍ରା କରୁଥିବା ବେଳେ ଭଦ୍ରକ ରେଳବାଇ ପୋଲିସ ପକ୍ଷରୁ ରାଜୁ (ରାଜେଶ ବେହେରା )ଏବଂ ଜିତୁ (ଜିତେଦ୍ର ସିଂ ) ଏହି ଦୁଇଜଣ ଲୁଟେରା ଧରାପଡ଼ିଛନ୍ତି । ଖାବର ଅନୁସାରେ ରେଳବାଇ ସଂନ୍ଦେହ କରି ସେମାନଙ୍କୁ ଯାଞ୍ଚ କଲାପରେ ସେମାନଙ୍କ ପାଖରୁ ପ୍ରଥମେ ୬ଟି ଚୋରି ମୋବାଇଲ ମିଳିଲା | ପୁଲିସ୍ ସେମାନଙ୍କୁ ଡାକି ପଚରା ଉଚରା କଲା ପରେ ସେମାନଙ୍କ ଠାରୁ ୧୩ ଗୋଟି ମୋବାଇଲ ମିଳିଛି । ଏବଂ ସେହି ମୋବାଇଲ ମଧ୍ୟ୍ୟ ରୁ ଗୋଟିଏ ଆଇ ଫୋନ ମଧ୍ୟ ଅଛି ଜଣାପଡିଛି | ସେଗୁଡିକର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବା ଯେଉଁ ମାନଙ୍କ ର ମୋବାଇଲ ହଜିଛି ସେମାନଙ୍କର ରେଲୱେ ଟିକଟ ସନ୍ଧାନ କରାଯାଇ ଫେରାଇ ଦିଆଯିବା । ଯେଉଁ ବ୍ୟକ୍ତିମାନଙ୍କର ମୋବାଇଲ ହଜିଛି ସେମାନେ ଏହି ନମ୍ବର 9437791666 ରେ ଯୋଗାଯୋଗ କରି ମୋବାଇଲ ନେଇପାରିବେ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସାମୀ ରାଜେଶ ବେହେରା ୧ ମାସ ହେବ ଜେଲରୁ ଆସିଛି ଯାହା ଖବର ସୁତ୍ରରୁ ଜଣାପଡ଼ିଛି ।