ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପିତା ବାବାଜୀ ଚରଣ ନାୟକଙ୍କର ପରଲୋକ ହୋଇ ଯାଇଛି । ଏପ୍ରିଲ ୯ ତାରିଖ ଶୁକ୍ରବାର ରାତି 3ଟା 20 ମିନିଟ ସମୟରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ନାୟକ ବରୀ ବ୍ଲକ ମହାକାଳପଡ଼ା ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଇନ୍ଦୁପୁର ହାଇସ୍କୁଲ ଏବଂ ପରେ କଟକ ଆଇଟିଆଇରେ ଶିକ୍ଷା ଗ୍ରହଣ କରି ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗରେ ସଫଳତାର ସହିତ କାର୍ଯ୍ୟ କରି ୧୯୯୭ ମସିହାରେ ଅବସର ଗ୍ରହଣ କରିଥିଲେ । ଗତ କିଛି ଦିନ ହେବ ସ୍ବର୍ଗତ ନାୟକ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ, ମୃତୁ ବେଳକୁ ସେ ତାଙ୍କ ଭୁବନେଶ୍ୱର ଉପକଣ୍ଠ ପିପିଲି ବ୍ଲକ ଏକଚାଳିଆ ବାସଭବନ ରେ ଅବସ୍ଥାନ କରୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତିନିପୁଅ ବିନୟ ନାୟକ, ବିଜୟ ନାୟକ, ବିରଞ୍ଚି ନାୟକଙ୍କ ସହିତ ତିନି ବୋହୁ ଓ ନାତି ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ରାଜ୍ୟ
ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ପିତୃ ବିୟୋଗ
- Hits: 330
