ବରଗଡ଼ :- ଆଜି କୃଷକ ମାନଙ୍କର ତରଫରୁ ଭାରତ ବନ୍ଦ ର ଡାକରା ଦିଅ ଯାଇଥିଲା । ବରଗଡ଼ ର ସମସ୍ତ ଦୋକାନବଜାର ବନ୍ଦ ଥିବା ସତ୍ତ୍ୱେ ଶ୍ରୀ ଶ୍ୟାମ ନିସାନ ସେବା ମଣ୍ଡଳ ଟ୍ରଷ୍ଟ ,ଏକାଦଶୀ ନିସାନ ସେବା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ବ୍ରାହ୍ମଣ ଧର୍ମଶାଳା,ଭଟଲୀ ରୋଡ ବରଗଡ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ୧୩ଜଣ ମହିଳା,ଦୁଇଯୋଡା ଦମ୍ପତ୍ତିଙ୍କ ସମେତ ଜଣେ ଦୃଷ୍ଟିହୀନ ଭାଇ ଲିପୁ ଜେନା,୩୭ଜଣ ପୁରୁଷ ରକ୍ତ ଦାତା ରକ୍ତଦାନ କରିଥିଲେ । ସର୍ବମୋଟ ୫୫ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା । ସଂଜୀବ ଡାଲମିଆ,ମୁକେଶ ଅଗ୍ରୱାଲ, ମୟଙ୍କ ଅଗ୍ରୱାଲ, ମନୋଜ ଅଗ୍ରୱାଲ,ଅଭିନାଶ ଅଗ୍ରୱାଲ ଙ୍କ ସମେତ ନିଷ୍ଠା ପରିବାର ସଭାପତି ରକ୍ଷପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ଅନ୍ୟ ସଦସ୍ଯ ମାନେ ଶିବିରକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ । ଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ରକ୍ତଦାନ ଭଳି ପୁଣ୍ୟ କାର୍ଯରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦାତା ଓ ଏହି ଶିବିରକୁ ଆୟୋଜନ କରିଥିବା ଅନୁଷ୍ଠାନ କୁ ନିଷ୍ଠା ପରିବାର ଓ ବରଗଡ଼ ରକ୍ତ ଭଣ୍ଡାର ତରଫରୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରାଯାଇଛି ।
ରାଜ୍ୟ
ଭାରତ ବନ୍ଦ ସତ୍ତ୍ବେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରୁ ୫୫ୟୁନିଟ୍ ରକ୍ତ ସଂଗୃହୀତ
- Hits: 242