ହେଡଲାଇନସ୍:

ଦ୍ୱିତୀୟ ଶ୍ରେଣୀ ନୁହେଁ , ପ୍ରଥମ ଶ୍ରେଣୀ ଦାବୀ  : ମାଜିଷ୍ଟେ୍ରଟମାନେ ଯିବେ ଛୁଟିରେ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭଦ୍ରକ(ସତ୍ୟ ସ୍ୱାମୀ ) :ସାରା ରାଜ୍ୟରେ ୮୯୧ ଜଣ ମାଜିଷ୍ଟେ୍ରଟ ଯିବେ ୨ ଜୁଲାଇରୁ ଛୁଟିରେ । ଅତିରିକ୍ତ ତହସିଲଦାର, ଜୋନ ଅଫିସର, ଉପନିବନ୍ଧକ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଓଡିଶା ରାଜସ୍ୱ ସେବା ସଂଘର ଅଧିକାରୀମାନେ ୨୫ ଜୁନ୍ରୁ କଳାବ୍ୟାଜ ପରିଧାନ କରିବେ ଏବଂ ନିର୍ଦ୍ଧିଷ୍ଟ କେତୋଟି ଦାବୀ ପୂରଣ ନହେଲେ ୨ ଜୁଲାଇରୁ ସାମୁହିକ ଛୁଟିରେ ଚାଲିଯିବେ । ସଂଘର ସଭାପତି ପୁରନ୍ଦର ନନ୍ଦଙ୍କ ଅଧ୍ୟକ୍ଷତାରେ  ଏକ ଜରୁରୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟ ଅତୀତରେ ସରକାରଙ୍କ ଠାରେ ସଂଘ କେତୋଟି ଦାବୀ ରଖି ଆଲୋଚନା କରାଯାଇଥିଲା । ମାର୍ଚ୍ଚରେ ଏବଂ ମେ’ରେ ଦୁଇଥର ଆଲୋଚନା ପରେ ମଧ୍ୟ ଅଦ୍ୟାବଧି କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ଓଆରଏସ କ୍ୟାଡରର ଅଧିକାରୀମାନେ ରାଜ୍ୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇ ନିଯୁକ୍ତି ପାଇଥିବା ବେଳେ ପ୍ରଥମ ଶ୍ରେଣୀ ପାହ୍ୟା ଠାରୁ ଅତ୍ୟନ୍ତ କମ ଦରମା ପାଉଛନ୍ତି । ୭ମ ବେତନ କମିଶନ ଆଧାରରେ ହୋଇଥିବା ବେତନମାନରେ ଏହି ତାରତମ୍ୟ ଆହୁରି ବୃଦ୍ଧିପାଇଛି । ଏଣୁ ସଂଘ ସାରା ରାଜ୍ୟରେ ଆନେ୍ଦାଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି । ଏଣୁ ୨୫ରୁ ଏକ ସପ୍ତାହ ନିମନ୍ତେ ସମସ୍ତ ରାଜସ୍ୱ ସେବା ଅଧିକାରୀ (ଓଆରଏସ) ମାନେ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ପ୍ରତିବାଦ ପ୍ରଦର୍ଶନ କରିବେ । ଯଦି ସରକାର ଏହି ସପ୍ତାହ ଭିତରେ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସମସ୍ତ ଓଆରଏସ ଅଧିକାରୀଗଣ ୦୨.୦୭.ରୁ ସାମୁହିକ ଛୁଟିରେ ରହିବେ । ଏ ସଂକ୍ରାନ୍ତରେ ସଂଘର ମୁଖପାତ୍ର ଓ ଜନସମ୍ପର୍କ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । 

 

0
0
0
s2sdefault