ଓଡ଼ଗାଁ ବ୍ଳକ ୭ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକଙ୍କ ଅବସର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷା ମଣ୍ଡଳରୁ ଗୁରୁବାର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀଙ୍କ ସହିତ ୭ ଜଣ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ତେବେ ଅତିରିକ୍ତ ଏବିଓ କମଳିନୀ ବେହେରା, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଆମ୍ବରାପୁର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଉଦ୍ଧବ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରଙ୍ଗଣୀପାଟଣାର ପ୍ରଧାନଶୀକ୍ଷିକା ଉଷାରାଣୀ ଦାସ ଏବଂ ଅଣଶିକ୍ଷକ ଗୌରାଙ୍ଗ ମୁଦୁଲି ଆଜି ଅବସରଗ୍ରହଣ କରିଥିବା ବେଳେ ସେମାନଙ୍କୁ ସେବା ନିବୃତ୍ତ ପେନସନ ପ୍ରଦାନ କରାଯାଇଛି । ତେବେ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନନ୍ଦିଘୋରର ଶିକ୍ଷକ ଦଣ୍ଡପାଣି ଖଣ୍ଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ନନ୍ଦିଘୋର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ଵେତାଲିନା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଙ୍ଗଣୀ ପାଟଣା ସରପଞ୍ଚ ସସ୍ମିତା ପାତ୍ର, ଏବିଓ ରାଜକିଶୋର ସାହୁ, ସିଆରସିସି ଉମାକାନ୍ତ ପ୍ରଧାନ, ନୟାଗଡ଼ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ଓଡଗାଁ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି
ନରେଶ ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଙ୍ଘ ଏକ୍ସ କ୍ୟାଡର ସଭାପତି ଜୟକୃଷ୍ଣ ପ୍ରଧାନ, କାବେରୀ ପାତ୍ର ଅଧ୍ୟକ୍ଷା (ଏସଏମସି) ଯୋଗଦେଇ ଥିଲେ।ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଭାଗ୍ୟରଥି ସେଠୀଙ୍କୁ ସମସ୍ତ ଅତିଥି ମାନଙ୍କ ସହିତ ସଭାର ଆୟୋଜକ ଶତବାର୍ଷିକୀ କମିଟି ସମ୍ପାଦକ ଗଜେନ୍ଦ୍ର ମହାରଣା ଏବଂ ବିଦ୍ୟାଳୟ ତରଫରୁ ମାନପତ୍ର ସହିତ ଉପଢ଼ୌକନ ପ୍ରଦାନ କରି ଭାଗ୍ୟରଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟ ଶିକ୍ଷକ ନେତା ସଚ୍ଚିଦାନନ୍ଦ ଦାଶ, ଜଗନ୍ନାଥ ବାରିକ, ନୀଳମାଧବ ମହାରଣା ବସନ୍ତ ବିଷୋୟୀ, ନାରାୟଣ ଡାକୁଆ, ପୂର୍ଣ୍ଣିମା ମହାରଣା ସହଯୋଗ କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି) ଶ୍ରୀଧର ପରିଡ଼ା କାର୍ଯ୍ୟକ୍ରମକୁ ସଂଯୋଜନା କରଥିଲେ। ତେବେ ଅବସର ଗ୍ରହଣ କରିଥିବା ଭାଗ୍ୟରଥି ସେଠୀଙ୍କ ସହିତ ମହୁଲିଆ ବିଦ୍ୟାଳୟର ଶିକ୍ଷକ ବାବାଜୀ ପାତ୍ର, ଧବଳେଇବିଦ୍ୟାଳୟର ଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର, କେନ୍ଦୁପଲ୍ଲୀ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ବୈଠାରୁ (ଏନପିଏସ୍) ସ୍କିମ ଶିକ୍ଷକ ହୋଇଥିବାରୁ ଏହି ଶିକ୍ଷକ ମାନଙ୍କୁ ପେନସନ ମିଳିନଥିଲା । ଏଥିପାଇଁ ସଭାରେ ସମସ୍ତ ଶିକ୍ଷକ ବନ୍ଧୁମାନେ ଏନେଇ ଦୁଃଖ ପ୍ରକାଶ କରିଥିଲେ।

0
0
0
s2sdefault